ଅମିତାଭ ଏୟାର୍ ହୋଷ୍ଟେସ୍‌ଙ୍କୁ ଦେଖି ଡରି ଯାଇଥିଲେ ଓ ମିଛ କହିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ଅମିତାଭ ଏୟାର୍ ହୋଷ୍ଟେସ୍‌ଙ୍କୁ ଦେଖି ଡରି ଯାଇଥିଲେ ଓ ମିଛ କହିଥିଲେ

ମୁମ୍ବାଇ: ଅମିତାଭ ବଚ୍ଚନ ଥରେ ବିମାନରେ ଯାତ୍ରା କରୁଥିଲେ। ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ଥିଲେ। ବିମାନ ଉଡ଼ାଣ ଭରିବା ମାତ୍ରେ ସେହି ବ୍ୟକ୍ତି ଜଣଙ୍କ ଶୋଇ ପଡ଼ିଲେ ଓ ଘୁଙ୍ଗୁଡ଼ି ମାରିଲେ। ସେ ଘୁଙ୍ଗୁଡ଼ି ମାରିବା ଯୋଗୁ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧା ହୋଇଥିଲା ଓ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଜଣେ ଏୟାର ହୋଷ୍ଟେସ୍ ଅମିତାଭଙ୍କ ପାଖକୁ ଆସି ପଚାରିଥିଲେ- ଏହି ବ୍ୟକ୍ତି ଆପଣଙ୍କ ସହିତ ଆସିଛନ୍ତି କି? ଅମିତାଭ ଟିକେ ଡରି ଗଲେ। ତାଙ୍କୁ କେହି କିଛି କହିବେ ଭାବି ସେ ଏୟାର ହୋଷ୍ଟେସ୍‌ଙ୍କୁ ମିଛ କହିଥିଲେ। ଅମିତାଭ ତାଙ୍କ ଉତ୍ତରରେ ନା କହିଥିଲେ ଅର୍ଥାତ୍ ସେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ତାଙ୍କ ସହିତ ଆସି ନାହାନ୍ତି ବୋଲି କହିଥିଲେ। ଗତକାଲି ‘କୌନ୍ ବନେଗା କୋରଡପତି’ରେ ଅମିତାଭ ଏ କଥା କହିଥିଲେ।

ଗତକାଲି ଏପିସୋଡ୍‌ରେ ବିହାରର ପାଟଣାର  ଶର୍ମିଷ୍ଠା ଦେ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିଥିଲେ। ତାଙ୍କୁ ଅମିତାଭ ପଚାରିଥିବା ପ୍ରଶ୍ନ ମଧ୍ୟରେ ଗୋଟିଏ ଏୟାର ହୋଷ୍ଟେସ୍‌ମାନଙ୍କୁ ନେଇ ରହିଥିଲା।ଶର୍ମିଷ୍ଠା ଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଥିଲେ। ଏହା ପରେ ଅମିତାଭ କହିଥିଲେ ଯେ ବେଳେ ବେଳେ ଏୟାର ହୋଷ୍ଟେସ୍ ମାନେ ଯାତ୍ରୀମାନଙ୍କ ଉପରେ ରାଗି ଯା’ନ୍ତି। ତାଙ୍କ ଉପରେ ବି ଏୟାର ହୋଷ୍ଟେସ୍‌ମାନେ ଅନେକ ଥର ରାଗି ଯାଇଛନ୍ତି। ଏହା ସହିତ ସେ ଉପରେ ବର୍ଣ୍ଣନା କରାଯାଇଥିବା ଘଟଣା ସମ୍ପର୍କରେ କହିଥିଲେ।



from Odisha Reporter https://ift.tt/2JuFKnM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages