ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀ ଆଗକୁ ଗ୍ରାହକଙ୍କ ଉପରେ ମନମାନୀ ଚଳାଇ ପାରିବେ ନାହିଁ। ମୋବାଇଲ୍ ସିମ୍ ବଦଳାଇବା ପରି ଏଥର ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କମ୍ପାନୀ ବଦଳାଇ ପାରିବେ। ଏ ନେଇ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅର୍ଥାତ୍ ଉପଭୋକ୍ତମାନେ ବିଦ୍ୟୁତ ସେବା ଭଲ ନଲାଗିଲେ କମ୍ପାନୀ ବଦଳାଇପାରିବେ।

ଦେଶବାସୀଙ୍କୁ ଚବିଶ ଘଣ୍ଟିଆ ବିଜୁଳି ସେବା ଯୋଗାଇ ଦେବା ପାଇଁ ମୋଦି ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଗୋଟିଏ ଅଞ୍ଚଳରେ ଗୋଟିଏ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ରହୁଥିବାରୁ ଅନେକାଂଶରେ କମ୍ପାନୀ ସେବା ଯୋଗାଇବାରେ ମନମାନି ଚଳାଉଥିବା ଦେଖିବାକୁ ମିଳେ। ଏହାକୁ ନଜରରେ ରଖି ମୋଦି ସରକାର ଗୋଟିଏ ଅଞ୍ଚଳରେ ତିନିରୁ ଚାରି ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ସମସ୍ତ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇସାରିଥିବା ଜଣାପଡ଼ିଛି। ଗୋଟିଏ ବର୍ଷ ମଧ୍ୟରେ ଚାଷ ଜମିକୁ ଦିଆଯାଉଥିବା ବିଦ୍ୟୁତ ସେବାକୁ ସାଧାରଣ ବିଦ୍ୟୁତ୍ ସେବା ପାଖରୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ଶୁକ୍ରବାର ଗୁଜରାଟର କେଭଡିୟା ସହରରେ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ ଏବେ ସ୍ଥାନୀୟ ଅଞ୍ଚଳରେ ତିନିରୁ ଚାରି ଘରୋଇ କମ୍ପାନୀକୁ ଏହି ବିଦ୍ୟୁତ ସେବା କାମରେ ନିୟୋଜିତ କରିବେ। ସେମାନେ ସ୍ଥାନୀୟ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବେ। ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ଓ ଟେନସନ କମିଯିବ। ଫଳରେ ଉପଭୋକ୍ତାମାନେ ବିଜୁଳି ସେବା ବଦଳାଇ ପାରିବାର କ୍ଷମତା ପାଇବେ।

ବିଜୁଳି ଦର ଆଗାମୀ ଦିନରେ ବଢ଼ିବ କି ନାହିଁ ଏହି ଅବସରରେ ଆଲୋଚନା ହୋଇଥିଲା। ଯାହାର ଜବାବରେ କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି ବିଜୁଳି ଦର ବଢ଼ିବ ନାହିଁ। ଦେଶରେ କିଛି ରାଜ୍ୟରେ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ୟୁନିଟ୍ ପିଛା ଆଠ ଟଙ୍କା ଦେଉଛନ୍ତି। ହେଲେ ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ ମାନେ ଏହାଠାରୁ କମ୍ ଦାମରେ ବିଦ୍ୟୁତ କିଣୁଥିବା ସେ କହିଛନ୍ତି। ଏଥିସହ ଗୋଟିଏ ଦେଶ ଗୋଟିଏ ବିଦ୍ୟୁତ ବିଲ୍ ସାରା ଦେଶରେ ଲାଗୁ ହେବା ଦରକାର ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ସେହିପରି ରାଜ୍ୟ ଗୁଡ଼ିକରେ ଅଧିକାଂଶ ସ୍ଥାନରେ ସରକାରୀ ଅଫିସର ବିଦ୍ୟୁତ ବିଲ୍ ବାକି ରହିଛି। ତୁରନ୍ତ ସରକାରୀ ଅଫିସ ଗୁଡ଼ିକ ବକେୟା ବିଲ୍ ଦେଇଦେଲେ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କର କ୍ଷତି ପୂରଣ ହୋଇପାରନ୍ତା ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି। ତେଣୁ ଆଗାମୀ ଦିନରେ ସରକାରୀ ଅଫିସରେ ମଧ୍ୟ ପ୍ରିପେଡ୍ ମିଟର ଲାଗିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/33pqjEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages