ମୃତ ଝିଅକୁ ପୋତିବାକୁ ଖୋଳୁଥିଲେ ଗାତ, ମିଳିଲା ଜୀବନ୍ତ ଶିଶୁକନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ମୃତ ଝିଅକୁ ପୋତିବାକୁ ଖୋଳୁଥିଲେ ଗାତ, ମିଳିଲା ଜୀବନ୍ତ ଶିଶୁକନ୍ୟା

ବରେଲି (ଉତ୍ତର ପ୍ରଦେଶ): ବିଧାତାର ବିଚିତ୍ର ଖେଳ। କେତେବେଳେ କ’ଣ ଛଡ଼ାଇ ନିଏ ଓ କ’ଣ ଦିଏ, ତାହା ଆକଳନ କରିବା ମୁସ୍କିଲ୍‌। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ଜଣେ ବ୍ୟକ୍ତି ଅତି ଦୁଃଖରେ ନିଜ ନବଜାତ ମୃତ କନ୍ୟାକୁ ପୋତି ଦେବା ପାଇଁ ଗାତ ଖୋଳୁଥିବା ବେଳେ ତା’ ଭିତରୁ ଏକ ଶିଶୁକନ୍ୟାକୁ ପାଇଥିଲେ। ତା’ପରେ ସେ ସଙ୍ଗେ ସଙ୍ଗେ ସେହି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଯେଉଁ ବ୍ୟକ୍ତିଙ୍କ ସହିତ ଏ ଘଟଣାଟି ଘଟିଛି ତାଙ୍କ ନାଁ ହୀତେଶ କୁମାର ସିରୋହି। ସେ ଜଣେ ବ୍ୟବସାୟୀ।

ବରେଲି ଏସପି ଅଭିନନ୍ଦନ ସିଂହ କହିଛନ୍ତି, ହୀତେଶଙ୍କ ସ୍ତ୍ରୀ ବୈଶାଳୀ ଜଣେ ପୁଲିସ୍ ସବ୍‌ ଇନସପେକ୍ଟର। ସେ ଗର୍ଭବତୀ ଥିଲେ। ବୁଧବାର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ବୈଶାଳୀ ୭ ମାସର ପ୍ରି-ମାଚ୍ୟୁର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ, ଯାହାର ମୃତ୍ୟୁ ହୋଇଯାଇଥିଲା।ଏହାପରେ ତାଙ୍କ ସ୍ୱାମୀ ହୀତେଶ ଗୁରୁବାର ସନ୍ଧ୍ୟାରେ ମୃତ ନବଜାତ କନ୍ୟାର ଅନ୍ତିମ ସଂସ୍କାର କରିବା ପାଇଁ ମଶାଣିକୁ ନେଇ ଯାଇଥିଲେ। ରୀତିନୀତି ଅନୁଯାୟୀ ମୃତ ଶିଶୁଟିକୁ ପୋତି ଦେବା ପାଇଁ ସେ ଗାତ ଖୋଳିଥିଲେ। ପ୍ରାୟ ତିନି ଫୁଟ ଗଭୀର ଖୋଳିବା ପରେ ଏକ ମାଟି ପାତ୍ରରେ କୋଦାଳର ଚୋଟ ପଡ଼ିଥିଲା। ଏହାପରେ ସେ ମାଟି ପାତ୍ରଟିକୁ ବାହାରକୁ ଆଣିଥିଲେ ଓ ସେଥିରେ ଏକ ଶିଶୁକନ୍ୟା ଥିବା ଦେଖିଥିଲେ। ଛୁଆଟି ଜୀବିତ ଥିବା ଦେଖି ସେ ତାକୁ ବରେଲି ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲା। ତେବେ କିଏ ଏହି ନବଜାତ କନ୍ୟାର ବାପାମା’, ତାହା ଜଣାପଡ଼ିନି। ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଏ ବିଷୟରେ କିଛି ଜଣାପଡ଼ିବ ବୋଲି ସେ କହିଛନ୍ତି।

ବରେଲି ସ୍ୱାସ୍ଥ୍ୟ ଅଧିକାରୀ ବିନୀତ ଶୁକ୍ଳା କହିଛନ୍ତି, ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।  ବିଠାରୀ ଚୈନପୁର ବିଧାୟକ ରାଜେଶ ମିଶ୍ରା ଏବେ ଏହି ଶିଶୁର ସମସ୍ତ ଦାୟିତ୍ୱ ନେଇଛନ୍ତି।



from Odisha Reporter https://ift.tt/32gSQw8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages