ଫିଲ୍ମ ପାଇଁ ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଫିଲ୍ମ ପାଇଁ ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇଲେ

ମୁମ୍ବାଇ: ଭିକ୍କି କୌଶଲ୍‌ ବର୍ତ୍ତମାନ ଜଣେ ଲୋକପ୍ରିୟ ବଲିଉଡ୍‌ ଅଭିନେତା। ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’ ଫିଲ୍ମରେ ଜବରଦସ୍ତ ଅଭିନୟ ପରଠୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ତା’ସହିତ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ବି ବଢ଼ି ଯାଇଛି। ପ୍ରାୟ ସବୁ ନିର୍ମାତା ଭିକ୍କିଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ହାତରେ ଏବେ ଅନେକ ଫିଲ୍ମର ଅଫର୍‌ ରହିଛି। ତା’ଭିତରୁ ଗୋଟିଏ ହେଉଛି ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ୍ ସିଂହଙ୍କ ବାୟୋପିକ୍‌। ଏଥିରେ ଅଭିନୟ କରୁଥିବା ନେଇ କିଛି ଦିନ ତଳେ ସ୍ପଷ୍ଟ କରିଥିଲେ ଭିକ୍କି।

View this post on Instagram

🐣

A post shared by Vicky Kaushal (@vickykaushal09) on

ଏହି ଫିଲ୍ମରେ କାମ କରିବେ ବୋଲି ଚୂଡ଼ାନ୍ତ ହେଲା ପରଠୁ ସେ ବେଶ୍ ପରିଶ୍ରମ କରୁଛନ୍ତି। ଫିଲ୍ମଟି ପାଇଁ ୟା ଭିତରେ ସେ ୨୦ କିଲୋ ଓଜନ କମ୍‌ କରିଛନ୍ତି। ନିଜକୁ ୟଙ୍ଗ ଲୁକ୍‌ ଦେବା ପାଇଁ ଭିକ୍କି ଏଭଳି କରିଛନ୍ତି। ସୂଚନା ଅନୁଯାୟୀ, ଫିଲ୍ମରେ ସେ ଜଣେ ୨୦ ବର୍ଷ ଯୁବକଙ୍କ ଚରିତ୍ରରେ ଅଭିନୟ କରିବେ। ଆଉ ଏଥିପାଇଁ ସେ ଓଜନ କମାଇବା ନିହାତି ଆବଶ୍ୟକ ଥିଲା।

View this post on Instagram

…like a dog with two tails… @mansworldindia

A post shared by Vicky Kaushal (@vickykaushal09) on

ଫିଲ୍ମର ନିର୍ଦ୍ଦେଶକ ସୁଜିତ୍‌ ସରକାର୍ ହିଁ  ଭିକ୍କିଙ୍କୁ ଓଜନ କମାଇବାକୁ କହିଥିଲେ। ଏହାପରେ ସେ ମାତ୍ର ୩ ମାସରେ ୨୦ କିଲୋ ଓଜନ କମ୍‌ କରିଛନ୍ତି। ଏହା ଦେଖି ସୁଜିତ୍‌ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି। ବାସ୍ତବରେ ଭିକ୍କି ଜଣେ ଖାଦ୍ୟପ୍ରେମୀ। ସେ ସବୁବେଳେ କିଛି ନା କିଛି ଖାଉଥା’ନ୍ତି। ତେଣୁ ଫିଲ୍ମ ପାଇଁ ନିଜ ଡାଏଟକୁ କଣ୍ଟ୍ରାଲ୍‌ କରି ମାତ୍ର ୩ ମାସରେ ୨୦ କିଲୋ ଓଜନ କମାଇବା ତାଙ୍କ ପାଇଁ ଆଦୌ ଛୋଟ କଥା ନୁହେଁ।

View this post on Instagram

Ik vaari hor! . . . @khamkhaphotoartist x @amandeepkaur87

A post shared by Vicky Kaushal (@vickykaushal09) on

ସୂଚନାଯୋଗ୍ୟ, ଏହି ଫିଲ୍ମରେ ଜାଲିୱାନୱାଲା ବାଗ୍‌ ହତ୍ୟାକାଣ୍ଡର ପୂରା ଘଟଣାବଳୀ ଦେଖିବାକୁ ମିଳିବ। ଏଥିରେ ଭିକ୍କି ଲିଡ୍‌ ରୋଲ୍‌ରେ ଅଭିନୟ କରିବେ, ଯାହାକି ଆସନ୍ତା ବର୍ଷ ଅକ୍ଟୋବରରେ ରିଲିଜ୍ ହେବ। ତେବେ ଏହି ଫିଲ୍ମରେ ଭିକ୍କି ‘ଉରି’ ପରି କମାଲ୍‌ କରୁଛନ୍ତି କି ନାହିଁ, ତାହା ଦେଖିବା ବାକି ରହିଲା।

 

 

 



from Odisha Reporter https://ift.tt/2mNf9dq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages