ବିଶାଖାପଟନମ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମଥର ପାଇଁ ଓପନିଂ କରୁଥିବା ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଟିମ୍ ଇଣ୍ଡିଆ ବିନା କୌଣସି କ୍ଷତିରେ ୯୧ ରନ୍ କରିଛି। ରୋହିତ ଶର୍ମା ୫୨ ଓ ମୟଙ୍କ ଅଗ୍ରୱାଲ ୩୯ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ୍ରେ ଓପନିଂ କରୁଥିବା ରୋହିତଙ୍କ ଏହା ପ୍ରଥମ ଅର୍ଦ୍ଧଶତକ।
ଆଜି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚ୍ର ପ୍ରଥମ ଅଧଘଣ୍ଟା ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର ଭେର୍ନନ ଫିଲାଣ୍ଡର ଓ କାଗିସୋ ରବାଡା ନିଜର ବୋଲିଂ ବଲରେ ରୋହିତ ଓ ମୟଙ୍କଙ୍କୁ ବାନ୍ଧି ରଖିଥିଲେ। ତେବେ ଏହାପରେ ଦୁଇ ଜଣ ଯାକ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ।
ବିଶେଷ କରି ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ଦୀର୍ଘ ୯ଟି ଇନିଂସ୍ ପରେ ଭାରତର ଓପନିଂ ଯୋଡ଼ି ଭାବେ ମୟଙ୍କ ଓ ରୋହିତ ୫୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସିସି ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ସ୍ପିନରଙ୍କୁ ବୋଲିଂ କରିବାକୁ କହିଥିଲେ ହେଁ ରୋହିତ ଓ ମୟଙ୍କଙ୍କ ବ୍ୟାଟିଂ ଆଗରେ ସେମାନେ ଫିକା ପଡ଼ି ଯାଇଥିଲେ।
ଉଭୟ ସ୍ପିନରମାନଙ୍କୁ ବଡ଼ବଡ଼ ଶଟ ଖେଳି ଚାପ ସୃଷ୍ଟି କରିଥିଲେ। ପ୍ରଥମ ସେସନ୍ସରେ ଭାରତ ୩୦ ଓଭରରେ ୯୧ ରନ୍ କରିଛି। ପ୍ରଥମ ଇନିଂସ୍ରେ ଟିମ୍ ଇଣ୍ଡିଆ ବଡ଼ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ୁଛି।
from Odisha Reporter https://ift.tt/2mNSduz
No comments:
Post a Comment