‘ମଧୁ ମୋ ସ୍ୱାମୀକୁ ଡାକି ମାରି ଦେଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

‘ମଧୁ ମୋ ସ୍ୱାମୀକୁ ଡାକି ମାରି ଦେଇଛି’

ଜଗତସିଂପୁର (ଶଶାଙ୍କ ଶେଖର ପଣ୍ଡା): “ଅହମ୍ମଦାବାଦ ଯାଉଛି ବୋଲି କହି ଗତ ଶନିବାର ଘରୁ ବାହାରି ଯାଇଥିଲେ। ଏହାପରେ ଆଉ ତାଙ୍କ ଫୋନ୍‌ ଲାଗି ନ ଥିଲା। ତା’ପରେ ଗଣମାଧ୍ୟମରୁ ମିଳିଲା ତାଙ୍କ ମୃତ୍ୟୁ ଖବର। ମୋ ସ୍ୱାମୀକୁ ଡାକି ସେ ମାରି ଦେଇଛି। ତାକୁ ବି ପୋଡ଼ି ମାରି ଦେବା ଦରକାର। ମୋ ସ୍ୱାମୀ ଯେମିତି ଛଟପଟ ହୋଇ ମରିଛନ୍ତି, ତାକୁ ବି ସେମିତି  ଛଟପଟ କରି ମାରିବା ଦରକାର।”  କ୍ରୋଧ ଓ କୋହଭରା କଣ୍ଠରେ ଏ କଥା କହିଛନ୍ତି ନୟାଗଡ଼ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁର କୃଷ୍ଣ ଚମ୍ପତ୍ତିରାୟଙ୍କ ପତ୍ନୀ। ମଧୁ ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଡାକି ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। କୃଷ୍ଣଙ୍କ ସମ୍ପର୍କୀୟମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି।

ଶନିବାର ବିଳମ୍ବିତ ରାତିରେ ଜଗତସିଂପୁର ଜିଲ୍ଲା ବାଲିକୁଦା ଦାଆ ଗାଁରେ କୃଷ୍ଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ମୃତକଙ୍କ ପରିଚୟ ଜଣା ପଡ଼ି ନ ଥିଲା। ପରେ ସେ ନୟାଗଡ଼ ଜିଲ୍ଲା ନନ୍ଦପୁର ଥାନା କାଞ୍ଚନପୁର ଗାଁର କୃଷ୍ଣ ଚମ୍ପତ୍ତିରାୟ ବୋଲି ଚିହ୍ନଟ ହୋଇଥିଲେ। ଏହି ଖବର  ପାଇବା ପରେ ଆଜି ସକାଳେ କୃଷ୍ଣଙ୍କ ସ୍ତ୍ରୀ ଓ ଛୋଟ ଝିଅ ସମେତ ପରିବାର ଲୋକେ ଜଗତସିଂହପୁରରେ ପହଞ୍ଚିଛନ୍ତି। ମଧୁ ଷଡ଼ଯନ୍ତ୍ର କରି କୃଷ୍ଣଙ୍କୁ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଜଗତସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଗଣମାଧ୍ୟମରୁ ଖବର ପାଇ ଘର ଲୋକେ  ଆସି ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ସେମାନେ ମୃତେଦହ ଦେଖି ନାହାନ୍ତି। କୃଷ୍ଣ ଅହମ୍ମଦାବାଦରେ ଏକ କମ୍ପାନୀରେ କମ୍ପ୍ୟୁଟର ଆସିଣ୍ଟାଣ୍ଟ ଭାବେ କାମ କରୁଥିଲେ। ସେଠାରେ ମଧୁ ନାମ୍ନୀ ମହିଳାଙ୍କ ସହ ତାଙ୍କର ଚିହ୍ନାଜଣା ଥିଲା। ହେଲେ ସେ ମହିଳା କିଏ ଓ ଉଭୟଙ୍କ ମଧ୍ୟରେ କି ପ୍ରକାର ସଂପର୍କ ଥିଲା, ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କୃଷ୍ଣଙ୍କ ପରିବାର ସହିତ ଏଠାକୁ ଆସିଥିବା ଜଣେ ପଡ଼ୋଶୀ କହିଛନ୍ତି, ମଧୁ ଓ କୃଷ୍ଣ ଫୋନ୍‌ରେ କଥାବାର୍ତ୍ତା ହୁଅନ୍ତି। ମଧୁ ସହିତ ଫୋନ୍‌ରେ କଥା ହେବା ବେଳେ ଥରେ କୃଷ୍ଣଙ୍କୁ ତାଙ୍କ ସ୍ତ୍ରୀ ଧରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏପରିକି ଏଥିପାଇଁ ସେମାନଙ୍କ ଦାମ୍ପତ୍ୟ ଜୀବନରା ସର୍ବଦା କଳିଝଗଡ଼ା ଲାଗି ରହୁଥିଲା।

ସେହିପରି ମଧୁ ଓ କୃଷ୍ଣ ଏକାଠି ବୁଲାବୁଲି କରିବା ସହ ଫଟୋ ଉଠାଇଥିବା କୃଷ୍ଣଙ୍କ ସ୍ତ୍ରୀ ପୁଲିସ୍ ଆଗରେ କହିଛନ୍ତି। ତେଣୁ ଏହି ଘଟଣାରେ ମଧୁ ନାମ୍ନୀ ମହିଳାଙ୍କ ସମ୍ପୃକ୍ତି ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।



from Odisha Reporter https://ift.tt/31UymZY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages