‘୪ ହଜାର ଲାଗି ପୁତୁରାକୁ ବିକି ଦେଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

‘୪ ହଜାର ଲାଗି ପୁତୁରାକୁ ବିକି ଦେଲୁ’

ଖୋର୍ଦ୍ଧା(ବଳରାମ ଲେଙ୍କା):  “ଟଙ୍କା ଆବଶ୍ୟକ ହେବାରୁ ନିଜ ପୁତୁରାକୁ ମାତ୍ର ୪ ହଜାର ଟଙ୍କାରେ ବିକୁ ଦେଲୁ।” ଏପରି କଥା ନିଜେ ସ୍ୱୀକାର କରିଛନ୍ତି ୧୨ ଦିନ ହେଲା ନିଖୋଜ ଥିବା  ବାଳକର ମଉସାମାଉସୀ। ଏନେଇ ଏକ ଭିଡିଓ ଭାଇରାଲ ପରେ ଘଟଣା ପଦାକୁ ଆସିଛି । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ।

ଘରୁ ରାଗି ପଳାଇ ଆସିଥିବା ୧୫ ବର୍ଷର ବାଳକକୁ ନିରାକାରପୁରର କିରଣବାଳା ମାନସୀ ଓ ବୈଷ୍ଣବ ଚରଣ ଦାସ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି। ସେପଟେ ପୁଲିସ୍‌ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ ମଧ୍ୟ ପିଲାଟିକୁ ସେମାନେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁ କିମ୍ବା ଫୋନ୍‌ ନମ୍ବର ଦେଇ ପାରୁ ନାହାନ୍ତି।

ଅଭିଯୋଗ ଅନୁସାରେ, ଜଟଣୀ ଗଜପତି ନଗରରେ ରହି ଆସୁଥିବା ସୁବାସ ଚନ୍ଦ୍ର ନାୟକ ରାଜାବଜାରରେ ବ୍ୟବସାୟ କରନ୍ତି । ଗତ  ୩ତାରିଖ ରାତିରେ ତାଙ୍କର ଏକମାତ୍ର ପୁଅ ସତ୍ୟନାରାୟଣ ଟ୍ୟୁସନ୍‌ରୁ ଫେରିଥିଲା। ମାତ୍ର ଘରକୁ ଫେରିବାରେ କାହିଁକି ବିଳମ୍ବ ହେଲା ପଚାରିବାରୁ ସେ ରାଗିକି ପଳାଇଥିଲା। ସେଠାରୁ ଯାଇ ମାନସୀଙ୍କ ଘରେ ସତ୍ୟନାରାୟଣ ୪ ଦିନ ରହିଥିଲା।   ମାତ୍ର ଟଙ୍କା ଆବଶ୍ୟକ ହେବାରୁ ତାଙ୍କ ସ୍ୱାମୀ  ବୈଷ୍ଣବ  ଯାଜପୁରରେ ପିଲାଟିକୁ ବିକ୍ରି କରିଦେଇଥିବା ମାନସୀ ପୁଲିସ୍‌ ସମ୍ମୁଖରେ କହିଛନ୍ତି। ଘଟଣାର ଖୋଳତାଡ଼ କରିବାକୁ ପୁଲିସ୍‌  ଟିମ୍‌ ବୈଷ୍ଣବଙ୍କୁ ନେଇ ଯାଜପୁର ସମେତ ବିଭିନ୍ନ ଜାଗାରେ ଖୋଜାଖୋଜି କରୁଥିଲେ ମଧ୍ୟ ପିଲାଟିର ପତ୍ତା ପାଇପାରୁ ନାହିଁ।  ନିଜ ପିଲାକୁ ନ ପାଇ ଆଶା ଆଶଙ୍କାରେ ରହିଛନ୍ତି ସତ୍ୟନାରାୟଣଙ୍କ ପରିବାର।



from Odisha Reporter https://ift.tt/2VIlp37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages