ନକ୍ସଲଙ୍କ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ନକ୍ସଲଙ୍କ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ବାଲିଗୁଡ଼ା (ଅଜିତ ନାୟକ): କିଛି ଦିନର ନିରବତା ପରେ ନକ୍ସଲମାନେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିବା ସହ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି।

ଏହାସହ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ା-ଦାରିଙ୍ଗବାଡି ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଉଭୟ ପାର୍ଶ୍ୱରେ ଯାନବାହାନ ଗୁଡ଼ିକ ଅଟକି ରହିଛି। ସେହିପରି ଉତ୍ତମଗଡ଼ ନିକଟ ପନ୍ଦର ମାଇଲ୍ ଠାରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ା-କୋଟଗଡ଼-ରାୟଗଡ଼ା-କଳାହାଣ୍ଡି ମଧ୍ୟରେ ଯୋଗାଯୋଗ ବନ୍ଦ ରହିଛି। 

ଗଛରେ ନକ୍ସଲମାନେ ବିସ୍ଫୋରକ ଖଞ୍ଜିଥିବା ସନ୍ଦେହ କରାଯାଉଛି। ନକ୍ସଲଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।



from Odisha Reporter https://ift.tt/363lyDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages