ଶୋଇବା ପୂର୍ବରୁ ପିଅନ୍ତୁ ଗ୍ରୀନ୍‌ ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ଶୋଇବା ପୂର୍ବରୁ ପିଅନ୍ତୁ ଗ୍ରୀନ୍‌ ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଗ୍ରୀନ୍‌ ଟି ପିଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ ଏହାକୁ ପିଇବାର ଏକ ଉଚିତ୍‌ ସମୟ ରହିଛି। ଆପଣ ଯଦି ଗ୍ରୀନ୍‌ ଟିକୁ ପସନ୍ଦ କରୁଛନ୍ତି, ତା’ହେଲେ ଶୋଇବା ପୂର୍ବରୁ ଏହାକୁ ପିଇବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଅନେକ ଫାଇଦା ପହଞ୍ଚାଇବ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଇଲେ, କେଉଁସବୁ ଲାଭ ମିଳିଥାଏ।

୧. ଗ୍ରୀନ୍‌ ଟିରେ L-theanine ନାମରେ ଏକ ଆମିନୋ ଏସିଡ୍‌ ରହିଛି, ଯାହା ଏନ୍‌ଜାଇଟିକୁ କମ୍‌ କରିଥାଏ ଓ ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏଥିପାଇଁ ଗ୍ରୀନ୍‌ ଟିକୁ ଶୋଇବା ପୂର୍ବରୁ ପିଇଲେ ଶୀଘ୍ର ନିଦ ହୋଇଥାଏ।

୨. ଶୋଇବାର ଏକ ଘଣ୍ଟା ପୂର୍ବରୁ ଗ୍ରୀନ୍‌ ଟି ପିଇଲେ, ତ୍ୱଚା ସୁସ୍ଥ ରଖିବା ସହିତ ଉଜ୍ଜ୍ଵଳ ହୋଇଥାଏ।

୩. ଗ୍ରୀନ୍‌ ଟି ଯୋଗୁ ଓଜନ ମଧ୍ୟ ହ୍ରାସ ପାଇଥାଏ।

୪. ଶୋଇକରି ଉଠିବା ପରେ ଶରୀରରେ କୋଲେଷ୍ଟ୍ରଲ ଓ ସୁଗାରର ସ୍ତର ଉଚ୍ଚା ରହିଥାଏ। ତେଣୁ ରାତିରେ ଗ୍ରୀନ୍‌ ଟି ପିଇବା ଅଭ୍ୟାସ କଲେ, କୋଲେଷ୍ଟ୍ରଲ୍‌ ଓ ସୁଗାର ସ୍ତର ନିୟନ୍ତ୍ରିତ ହୋଇଥାଏ।

୫. ଭଲ ନିଦ ହେଲେ ଇମ୍ୟୁନୋ ସିଷ୍ଟମ୍‌ ମଜବୁତ୍‌ ହୋଇଥାଏ। ତେଣୁ ରାତିରେ ଗ୍ରୀନ୍‌ ଟି ପିଇବା ଭଲ। ଏହା ଚାପକୁ ଦୂର କରି ଶରୀରକୁ ରିଲାକ୍ସ ମଧ୍ୟ କରିଥାଏ।

 



from Odisha Reporter https://ift.tt/2pPNc65

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages