ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍‌ ଫିଲ୍ମ ‘ମିଶନ୍‌ ଟୁ ମସ୍କୋ’ ଦେଖିଥିଲେ। ଏହା ୟୁଏସ୍‌ ଆମ୍ବାସେଡର୍ ଜୋସେଫ୍ ଡେଭିସ୍‌ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ। ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସ୍‌ରେ ମହିଳାମାନଙ୍କୁ ଦେଖି ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ତାଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା।

ଏହାପରେ ଆର୍ଟ ଡାଇରେକ୍ଟର କନୁ ଦେଶାଇ ବାପୁଙ୍କୁ ଏକ ହିନ୍ଦୀ ଫିଲ୍ମ ଦେଖାଇବାକୁ ବିଚାର କରିଥିଲେ। ଏହି ଫିଲ୍ମର ନାଁ ଥିଲା ‘ରାମ ରାଜ୍ୟ’। ତେବେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତି କୁମାର ତାଙ୍କୁ କହିଥିଲେ ଯେ ଏ ଫିଲ୍ମଟି ଗାନ୍ଧିଜୀଙ୍କୁ ପସନ୍ଦ ଆସିବନି। ତଥାପି କନୁ ଦେଶାଇ ଆଗକୁ ବଢ଼ିଲେ ଓ ଗାନ୍ଧିଜୀଙ୍କୁ ଫିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଥିଲେ। ଗାନ୍ଧିଜୀ ତାଙ୍କ କଥାରେ ରାଜି ହୋଇଥିଲେ। ସେତେବେଳେ କୁଆଡ଼େ ସେ କନୁଙ୍କୁ କହିଥିଲେ ଯେ ସେ ଏକ ଇଂରାଜୀ ଫିଲ୍ମ ଦେଖି ଗୋଟିଏ ଭୁଲ୍ କରିସାରିଛନ୍ତି। ତେଣୁ ଏବେ ଏକ ହିନ୍ଦୀ ଫିଲ୍ମ ଦେଖିବାକୁ ହେବ।

ଏହାପରେ ୧୯୪୪ ଜୁନ୍‌ ୨ରେ ଫିଲ୍ମଟିର ସ୍କ୍ରିନିଂ କରାଯାଇଥିଲା। ପ୍ରଥମେ ଏହି ଫିଲ୍ମକୁ ମାତ୍ର ଅଧାଘଣ୍ଟା ଦେଖିବାକୁ ଗାନ୍ଧିଜୀ ଯୋଜନା କରିଥିଲେ। ହେଲେ ସେ ଫିଲ୍ମଟିକୁ ପୂରା ଦେଖିଥିଲେ। କିନ୍ତୁ ଶାନ୍ତି କୁମାରଙ୍କ ଅନୁଯାୟୀ, ବାପୁଙ୍କୁ ଏହି ଫିଲ୍ମ ଆଦୌ ପସନ୍ଦ ଆସି ନଥିଲା। ଫିଲ୍ମରେ ଜୋର୍‌ ଆୱାଜ୍‌ ଓ ଚିତ୍କାରକୁ ସେ ନାପସନ୍ଦ କରିଥିଲେ।

କୁହାଯାଏ, ଗାନ୍ଧି ସେହି ସମୟରେ ଫିଲ୍ମର କନ୍‌ସେପ୍ଟକୁ ଗ୍ରହଣ କରିପାରି ନଥିଲେ। ସେ କେବେ ବି ମାନି ନଥିଲେ ଯେ ଫିଲ୍ମ ଜରିଆରେ ସମାଜକୁ ଶିକ୍ଷା ମଧ୍ୟ ଦିଆଯାଇପାରିବ। ଫିଲ୍ମ ଜଗତର ଜାକଜମକକୁ ସେ ଆଦୌ ପସନ୍ଦ କରୁ ନଥିଲା। ସେ ଖବରକାଗଜରେ ଗ୍ଲାମରସ୍‌ ଷ୍ଟାରଙ୍କ ଫଟୋକୁ ବି ପସନ୍ଦ କରୁ ନଥିଲେ।



from Odisha Reporter https://ift.tt/2nxYHOP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages