ଗୃହବନ୍ଦୀରୁ ମୁକ୍ତି ପାଇଲେ ଜମ୍ମୁ ରାଜନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଗୃହବନ୍ଦୀରୁ ମୁକ୍ତି ପାଇଲେ ଜମ୍ମୁ ରାଜନେତା

ନୂଆଦିଲ୍ଲୀ: ପାଖପାଖି ୨ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ପ୍ରାୟ ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତି ଦେଇଛି। ନ୍ୟାଶନାଲ କନଫରେନ୍ସ, କଂଗ୍ରେସ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ପ୍ୟାନ୍ଥର୍ସ ପାର୍ଟି (ଜେକେଏନପିପି)ର ସମସ୍ତ ରାଜନେତାଙ୍କୁ ଆଜି ପ୍ରଶାସନ ଛାଡ଼ିଦେଇଛି।

ଏମାନଙ୍କୁ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରି ରଖାଯାଇଥିଲା। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁରେ ଅଟକ ରହିଥିବା ସମସ୍ତ ରାଜନୀତିକ ଦଳର ନେତାଙ୍କୁ ଆଜି ଗୃହବନ୍ଦୀରୁ ମୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଏନ୍‌ସିର ଦେବେନ୍ଦ୍ର ରାଣା, ଏସ୍‌ଏସ୍‌ ସଲାଥିଆ, କଂଗ୍ରେସ ରମଣ ଭାଲ୍ଲା ଓ ଜେକେଏନ୍‌ପିପି ହର୍ଷଦେବ ସିଂହଙ୍କ ଭଳି ନେତା ରହିଛନ୍ତି। ଏମାନଙ୍କୁ ପାଖାପାଖି ୨ ମାସ ହେଲା ଗୃହବନ୍ଦୀ ହୋଇ ରହିଥିଲେ।

ଜମ୍ମୁରୁ ରାଜନେତାଙ୍କୁ ମୁକ୍ତ କରାଯାଇଥିଲେ ହେଁ ଏବେ ବି ଏନ୍‌ସିର ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ସାଜ୍ଜଦ ଲୋନେଙ୍କ ଭଳି ରାଜନେତାମାନେ ପ୍ରଶାସନ ଦ୍ୱାରା ଅଟକ ରହିଛନ୍ତି। ବିଭିନ୍ନ ମହଲରେ ରାଜନେତାମାନଙ୍କ ଅଟକ ରଖିବା ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ବିଜେପିର ଏକାଧିକ ନେତା ଏହାକୁ ସମର୍ଥନ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜନେତାଙ୍କୁ ଅଟକ ରଖା ଯାଇଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି।

କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ରାଜେନତାଙ୍କ ଅଟକ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥିଲେ, “ଜମ୍ମୁ-କଶ୍ମୀରର କୌଣସି ରାଜନେତାଙ୍କୁ ୧୮ ମାସରୁ ଅଧିକ ଦିନ ଯାଏ ଅଟକ ରଖାଯିବ ନାହିଁ। ତେବେ ରାଜନେତାମାନେ ଗୃହବନ୍ଦୀ ହୋଇ ନାହାନ୍ତି। ବରଂ ଗୃହ ଅତିଥି ହୋଇ ରହିଛନ୍ତି। ରାଜନେତାଙ୍କୁ ଭିଆଇପି ବଙ୍ଗଳାରେ ରଖାଯାଇଛି। ସେମାନଙ୍କୁ ହଲିଉଡ୍‌ ସିନେମା ଦେଖାଇବା ପାଇଁ ସିଡି ଦିଆଯାଇଛି। ଏପରି ବ୍ୟାୟାମ କରିବାକୁ ଜିମ୍‌ ସୁବିଧା ମଧ୍ୟ ସେଠାରେ ରହିଛି।”



from Odisha Reporter https://ift.tt/2nKCI74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages