କୋଲକାତା: ଆଇଆଇଟି ଖଡ଼ଗପୁର ଇଂଜିନିୟରିଂ ପାଠ୍ୟକ୍ରମରେ ଗୁଣାତ୍ମକ ମାନର ଶିକ୍ଷା ଦେଇଆସୁଛି। ଦେଶ ବିଦେଶରେ ଏହି ଶିକ୍ଷାନୁଷ୍ଠାନର ନାଁ ମଧ୍ୟ ରହିଛି। ଏବେ କେନ୍ଦ୍ର ସରକାରଙ୍କ ଏହି ଶିକ୍ଷାନୁଷ୍ଠାନରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ୨୦୨୧-୨୨ ଶିକ୍ଷା ବର୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଏମିବିବିଏସ ପାଇଁ ନାମଲେଖା ଆରମ୍ଭ ହେବ ବୋଲି ଆଇଆଇଟି ଖଡ଼ଗପୁରର ପ୍ରଫେସର ଶ୍ରୀମନ କୁମାର ଭଟ୍ଟଚାର୍ଯ୍ୟ କହିଛନ୍ତି। ନାମଲେଖା ପୂର୍ବରୁ କଲେଜରେ ୪୦୦ ଶଯ୍ୟା ବିଶିଷ୍ଟ ଏକ ସୁପର ହସ୍ପିଟାଲଟି ହସ୍ପିଟାଲ ଖୋଲିବ ବୋଲି ସେ କହିଛନ୍ତି। ଯାହାକି ଚଳିତ ବର୍ଷ ଶେଷ ବେଳକୁ ଆରମ୍ଭ ହେବ। ଏହାର ନାମ ଡକ୍ଚର ବିସି ରୟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଏବଂ ରିସର୍ଚ୍ଚ ରହିଛି। ଏହି ସୁପର ସ୍ପେଶାଲିଟି ହସ୍ପିଟାଲର ପରିଚାଳନା କମିଟିରେ ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ଏବଂ ଅଧ୍ୟାପକ, ଅଧ୍ୟାପିକା ରହିବେ।
ପ୍ରଥମ ବର୍ଷରେ ୫୦ ଜଣ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ। ପରେ ହସ୍ପିଟାଲର ବେଡ୍ ସଂଖ୍ୟା ୩୫୦ ବଢ଼ିଲେ ଏମବିବିଏସ ସିଟ୍ ସଂଖ୍ୟା ୧୦୦କୁ ବଢ଼ିବ ବୋଲି ପ୍ରଫେସର ଭଟ୍ଟାଚାର୍ଯ୍ୟ କହିଛନ୍ତି। ଏହି ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦ ପ୍ରତିଶତ ବେଡ୍ ମାଗଣା ରହିବ। ବାକି ୬୫ ପ୍ରତିଶତ ବେଡ୍ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିମା ଯୋଜନା ଅନୁଯାୟୀ ଦେୟ ଦେବାକୁ ପଡ଼ିବ।
ଆଇଆଇଟି ଖଡଗପୁର ୨୦୦୦-୨୦୦୧ ମସିହା ସମୟରେ ଏମବିବିଏସ ଏବଂ ହସ୍ପିଟାଲ ଖୋଲିବ ବୋଲି ଯୋଜନା କରିଥିଲା ବୋଲି ସୁପର ସ୍ପେଶାଲିଟି ହସ୍ପିଟାଲର ନିର୍ଦ୍ଦେଶକ ସତଦଲ ଶାହ କହିଛନ୍ତି। ଏହି ଆଇଆଇଟରେ ନିର୍ସିଂ କଲେଜ, ପାରାମେଡିକାଲ କଲେଜ ଖୋଲିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିପାଇଁ ଏମ୍ସ ସହ ଏମଓୟୁ ହୋଇଛି ବୋଲି ସେ କହିଛନ୍ତି। ଏମିତିକି ଉନ୍ନତମାନର ଚିକିତ୍ସା ପାଇଁ ବିଦେଶରେ ଥିବା ଅଭିଜ୍ଞ ଡାକ୍ତର ଏବଂ ବଡ଼ ବଡ଼ ଶିକ୍ଷାନୁଷ୍ଠାନର ସହଯୋଗ ନିଆଯାଉଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି।
ତେବେ ଖାଲି ଆଇଆଇଟି ଖଡ଼ଗପୁର ନୁହଁ ଆଇଆଇଟି କାନପୁର ମଧ୍ୟ ମେଡିକାଲ ପାଠ୍ୟକ୍ରମ ସାଙ୍ଗକୁ ୫୦୦ ବେଡ ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ଆରମ୍ଭ ହେବ ବୋଲି ସୂଚନା ରହିଛି।
from Odisha Reporter https://ift.tt/2oYXUab
No comments:
Post a Comment