ଶବକୁ ମିଳିଲାନି କାନ୍ଧ; ସାଇକେଲରେ ଗଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଶବକୁ ମିଳିଲାନି କାନ୍ଧ; ସାଇକେଲରେ ଗଲା ମୃତଦେହ

ନବରଙ୍ଗପୁର(ନବଘନ ବିଷୋୟୀ): ଶବକୁ ମିଳିଲାନି କାନ୍ଧ। ଫଳରେ ଅନ୍ୟ କିଛି ଉପାୟ ନପାଇ ଭଉଣୀର ମୃତଦେହକୁ ସାଇକେଲରେ ବୋହି ନେଇ ଦୁଇ ଭାଇ ମଶାଣିକୁ ଯାଇଥିଲେ ଓ ସେଠାରେ ଶବ ସତ୍କାର କରିଥିଲେ। ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରିଗୁଡ଼ା ପଞ୍ଚାୟତର ମୋତିଗାଁରେ ।

ମୃତ ମହିଳାଙ୍କ ନାଁ ନୂଆଁଖାଇ ପାଣ୍ଡେ। ଦୀର୍ଘ ଦିନ ହେବ ସେ ସ୍ୱାମୀଙ୍କ ସହ ରହୁ ନଥିଲେ। ସେ ନିଜ ଦୁଇ ଭାଇଙ୍କ ସହ ରହୁଥିଲେ। ହେଲେ କିଛି ଦିନ ହେଲା ତାଙ୍କ ଶରୀର ଅସୁସ୍ଥ ଥିଲା। ଗତକାଲି ରାତି ପ୍ରାୟ ୧୦ଟା ବେଳେ ସେ ରହୁଥିବା ଭାଇଙ୍କ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପୂର୍ବରୁ ପାରିବାରିକ କଳହ ଥିବାରୁ ତାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ କେହି ସମ୍ପର୍କୀୟ ତାଙ୍କ ଘରକୁ ଆସି ନଥିଲେ । ଏମତିକି ଗାଁ ଲୋକେ ଶବ ସତ୍କାର ପାଇଁ ସାମଗ୍ରୀ ଯୋଗାଡ଼ କରିଦେଇଥିଲେ ମଧ୍ୟ କେହି ଯାଇ ନଥିଲେ ।

ଫଳରେ ଅନ୍ୟ ଉପାୟ କିଛି ନପାଇ ବାଧ୍ୟ ହୋଇ ଦୁଇ ଭାଇ ଟେକରାମ୍ ପାଣ୍ଡେ ଓ ପୁରୁଷୋତ୍ତମ ପାଣ୍ଡେ ଆଜି ସକାଳେ ସାଇକେଲରେ ନିଜ ଭଉଣୀର ଶବକୁ ନେଇ ଗାଁ ମଶାଣିକୁ ଯାଇ  ସେଠାରେ ଶବ ସତ୍କାର କରିଥିଲେ।



from Odisha Reporter https://ift.tt/2M72njV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages