‘ଦୁଇ ଦେଶର ମତଭେଦ ଆଗାମୀ ଦିନରେ ବିବାଦ ହେବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

‘ଦୁଇ ଦେଶର ମତଭେଦ ଆଗାମୀ ଦିନରେ ବିବାଦ ହେବନି’

ନୂଆଦିଲ୍ଲୀ: ମତଭେଦକୁ ବିବାଦ ବୋଲି ଆଗାମୀ ଦିନରେ ଭାରତ ଏବଂ ଚାଇନା ବୁଝିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ମହାବଲୀପୁରମର କୋଭଲମରେ ଥିବା ତାଜ ଫିଶରମେନ କୋଭ ରିସୋର୍ଟ ଏବଂ ସ୍ପାରେ ବୈଠକ ହୋଇଥିଲା। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମେତ ପ୍ରତିନିଧିମାନେ ସାମିଲ୍ ଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଅନୈପଚାରପିକ ଭାବରେ ୫୦ ମିନିଟ ଧରି ବୈଠକ ହୋଇଥିଲା। ଏହି ବୈଠକରେ ଉଭୟ ଦେଶର ଅନୁବାଦକମାନେ ଥିଲେ। ତେବେ କେଉଁ କେଉଁ ପ୍ରସଙ୍ଗରେ ଦୁଇ ଦେଶ କଥା ହେଲେ ସେ ବାବାଦରେ ପ୍ରେସ ରିଲିଜ ଜାରି ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆଜିର ଏହି ଚେନ୍ନାଇ କନେକ୍ଟ ମିଟିଂ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବ। ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ ଅନ୍ୟତମ। ଏବେ ପୁଣିଥରେ ଦୁଇ ଦେଶ ମଧ୍ୟରେ ଏହି ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି। ଗତବର୍ଷ ଚାଇନାର ବୁହାନରେ ଦୁଇ ଦେଶ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକ ଭାରତ ପାଇଁ ଗେମଚେଞ୍ଜର୍ସ ସାବ୍ୟସ୍ତ ହୋଇଥିଲା। ଉଭୟ ଦେଶ ପରସ୍ପରର ମତକୁ ସମ୍ମାନ ଦେବେ। ଦୁଇ ଦେଶର ସମ୍ୱେଦନଶୀଳ ମାମଲାରେ ପରସ୍ପର ଚିନ୍ତା କରିବେ। ଏମିତିକି ଏହି ସମ୍ପର୍କ ଆଗାମୀ ଦିନରେ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଉପରେ ବାର୍ତ୍ତା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଭାରତ ତରଫରୁ ଦିଆଯାଇଥିବା ଆତିଥ୍ୟରେ ଅଭିହୂତ ପ୍ରକାଶ କରିଛନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍। ତାଙ୍କୁ ଓ ତାଙ୍କର ପ୍ରତିନିଧିଙ୍କ ଯେଉଁଭଳି ଭାରତ ତରଫରୁ ଆତିଥ୍ୟ ଦିଆଯାଇଛି ସେଥିରେ ସେମାନେ ଖୁସି ଜାହିର କରିଛନ୍ତି। ସେହିପରି ଗତକାଲି ଚେନ୍ନାଇରେ ଓହ୍ଲାଇ ମହାବଲୀପୁରମକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭଳି ଭାବରେ ତାଙ୍କ ସହ କଥା ହୋଇଛନ୍ତି ତାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଆଗକୁ ନେବ ବୋଲି ଜିନପିଙ୍ଗ କହିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ କଥାବର୍ତ୍ତା ନଥିଲା ବରଂ ଦୋସ୍ତିର ଆଉ ଏକ ଯୁଗ ଆରମ୍ଭ ହୋଇଛି ବୋଲି ଜିନପିଙ୍ଗ୍ କହିଛନ୍ତି। ଆଗାମୀ ଦିନରେ ଏହି ଯାତ୍ରା ତାଙ୍କ ପାଇଁ ଓ ତାଙ୍କ ସହିତ ଆସିଥିବା ୧୦୦ ଜଣିଆ ପ୍ରତିନିଧିଙ୍କ ପାଇଁ ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି।

ଗତକାଲି ମହାବଲ୍ଲୀପୁରମରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ବିଭିନ୍ନ ଐତିହାସିକ ସ୍ଥଳୀକୁ ଜିନପିଙ୍ଗଙ୍କୁ ବୁଲାଇ ଦେଖାଇଥିଲେ ମୋଦି। ଏହାପରେ ରାତ୍ରୀ ଭୋଜନ ବେଳେ ଦୁଇ ନେତା ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଥିଲେ। ଆସନ୍ତାବର୍ଷ ଭାରତ ଏବଂ ଚାଇନା ମଧ୍ୟରେ ଥିବା କୂଟନୀତିକ ସମ୍ପର୍କ ୭୦ ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଦୁଇ ଦେଶ ସୀମା ବିବାଦର ସମାଧାନ କରିବା ଦରକାର ବୋଲି ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିବା ଚାଇନାର ଖବର ସରବରାହ ସଂସ୍ଥା ଜିନହୁଆ ଶୁକ୍ରବାର କହିଛି।



from Odisha Reporter https://ift.tt/31c6PlE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages