‘ଶିବସେନା ବିଜେପିକୁ ଛାଡ଼ପତ୍ର ଦେଇପାରିବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

‘ଶିବସେନା ବିଜେପିକୁ ଛାଡ଼ପତ୍ର ଦେଇପାରିବନି’

ମୁମ୍ୱାଇ: ଅକ୍ଚୋବର ୨୧ରେ ଭୋଟ୍ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି। ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ମେଣ୍ଟ ଆଡ଼କୁ ଢ଼ଳିପାରେ ବୋଲି ଇଙ୍ଗିତ ଦେଇସାରିଛି। ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ଦେବାକୁ ଯାଇ ଶିବସେନା ଏଭଳି ପଦକ୍ଷେପ ନେବା କେତେ ସମ୍ଭବ ତାହା ଏବେ ପ୍ରଶ୍ନବାଚୀ?

ବିଜେପିର ଜଣେ ରାଷ୍ଟ୍ରୀୟ ମହାସଚିବ ଖବର ସରବାରହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ରାଜନୀତିରେ ଦାବି କରିବା କୌଣସି ଖରାପ କଥା ନୁହେଁ। ଶିବସେନାକୁ ସୁଯୋଗ ମିଳିଛି ତେଣୁ ସେ ଦାବି କରୁଛି। ହେଲେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆମର (ବିଜେପି) କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି ପୂରଣ ନହେଲେ ନୂଆ ସମ୍ଭାବିତ ମେଣ୍ଟକୁ ନେଇ ଶିବସେନା ଯେଉଁ ଇସାରା ଦେଇଛି ତାହା ବିଜେପି ପାଇଁ ନୂଆ କଖା ନୁହେଁ। କାରଣ ୨୦୧୪ ନିର୍ବାଚନ ବେଳେ ବିନା ମେଣ୍ଟରେ ଦୁଇ ଦଳ ନିର୍ବାଚନ ଲଢ଼ିଥିଲେ। ହେଲେ ସରକାର ଗଢିବା ପାଇଁ ଉଭୟ ଦଳ ସାଙ୍ଗରେ ଆସିଥିଲେ। ଏହାପରେ ଉଭୟ ଦଳ ମେଣ୍ଚ କରି  ସମୂର୍ଣ୍ଣ ସରକାର ଦେଇଛନ୍ତି। ସେତେବେଳେ ଶିବସେନା ସରକାରରେ ଥାଇ ମଧ୍ୟ ଅନେକ ଗାଳିଗୁଲଜ କରିଛି ବିଜେପିକୁ। ହେଲେ ବିଜେପି କେବେ କିଛି କହିନାହିଁ ସେମିତି। ଏଥର କିନ୍ତୁ ମିଶିକି ନିର୍ବାଚନ ଲଢ଼ିଛେ। ଏଠି ବାହାଘର ପରେ ଛାଡ଼ପତ୍ର ଦେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ଶିବସେନା ମୁଖ୍ୟମନ୍ତ୍ରୀ ପଦବୀ ମାଗିବ ପଛର କାରଣ?

ଅନ୍ୟପଟେ ବିଜେପି ଶିବସେନା ମୁଖ୍ୟଙ୍କୁ ସୂଚନା ଦେଇ ସାରିଛି ଯେ, ମୁଖ୍ୟମନ୍ତ୍ରୀ ପଦବୀ ଶିବସେନାକୁ ମିଳିବ ନାହିଁ। କେବଳ ଉପ ମୁଖ୍ୟମନ୍ତ୍ରୀ ପଦବୀରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କୁଆଡେ ହୃଦବୋଧ କରିସାରିଛନ୍ତି ଯେ, ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ଆସନ ମିଳିବ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚାପ ପକାଇ ଗୃହ ମନ୍ତ୍ରଣାଳୟ ଓ ଅର୍ଥମନ୍ତ୍ରଣାଳୟ ଭଳି ପଦବୀ ଶିବସେନା ହାତେଇବାକୁ ଲକ୍ଷ୍ୟ ରଖିଛି ବୋଲି ସୂଚନା ରହିଛି।

କଂଗ୍ରେସ-ଏନସିପି ସହ ଶିବସେନାର ମେଣ୍ଟ କେତେ ସମ୍ଭବ?

ଅନ୍ୟପଟେ ଶିବସେନା ଯଦି ବିଜେପିକୁ ଛାଡ଼ି କଂଗ୍ରେସ-ଏନିସିପି ସହ ମେଣ୍ଟ କରିବ ତାହେଲେ ହୁଏତ ସରକାର ଗଢ଼ିବ। କିନ୍ତୁ ଏହାର ସ୍ଥାୟୀତ୍ୱ ବେଶି ଦିନ ନୁହେଁ ବୋଲି ମଧ୍ୟ ସେ ହୃଦବୋଧ କରିସାରିଲାଣି। କାରଣ ଯେଉଁ ହିନ୍ଦୁତ୍ୱକୁ ନେଇ ଶିବସେନା ରାଜନୀତି କରୁଛି ସେହି ଚିନ୍ତାଧାରାର ବିରୋଧୀ କଂଗ୍ରେସ-ଏନସିପି ମେଣ୍ଟ। ତେଣୁ ବିଜେପି ସହିତ ମେଣ୍ଚ କରିବା ଶିବସେନା ପାଇଁ ସୁରକ୍ଷିତ ବୋଲି ଏବେ ଉଦ୍ଧବ ଠାକରେ ଚିନ୍ତା କରୁଥିବା ସୂଚନା ରହିଛି।

ବିଜେପି-ଏନିସିପି ସହିତ ମେଣ୍ଚ କେତେ ସମ୍ଭବ?

ବିଜେପି ଏନସିପି ସହିତ ମେଣ୍ଟ କରି ମଧ୍ୟ ସରକାର ଗଢ଼ି ପାରିବ। ହେଲେ ନିର୍ବାଚନ ବେଳେ ଇଡି ଶରଦ ପାଓ୍ୱାରଙ୍କ ବିରୋଧରେ ଯେଉଁଭଳି ମାମଲା ରୁଜୁ କରିଛି ଏହାକୁ ନେଇ କେନ୍ଦ୍ରକୁ ଦାୟୀ କରିଥିଲା ଏନସିପି। ତେଣୁ ଏବେ ମେଣ୍ଟ ସମ୍ଭବ ନୁହେଁ। ଯଦି ଏନସିପି ତାଆଡୁ ବି ସମର୍ଥନ କରିବ ତାହେଲେ ଜଣାପଡ଼ିବ ଇଡିରେ ମାମଲା ଦେଖି ଶରଦ ପାଓ୍ୱାର ବିଜେପି ସହ ମେଣ୍ଟ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଏନସିପି-ବିଜେପି ସହିତ ମେଣ୍ଟ କରିବା ସମ୍ଭବ ନୁହେଁ। ତେଣୁ ଶିବସେନାକୁ ବିଜେପି ସହ ମିଶି ସରକାର ଗଢିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ଆଜି ବିଜେପି ବିଧାୟକ ଦଳର ବୈଠକ ବସିବ। ଏହି ବୈଠକରେ ଦେବେନ୍ଦ୍ର ଫଡ଼ନାଭିସ ବିଜେପି ବିଧାୟକ ଦଳର ନେତା ଭାବେ ଘୋଷିତ ହେବେ। ଏହି ସମୟରେ ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ ଶିବସେନା ସହିତ ଆଲୋଚନ କରି ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଉଦ୍ଧାବ ଠାକରେଙ୍କ ସହ କଥା ହେବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2JNmfHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages