ସାଇକେଲ୍‌ ପ୍ରେମୀ ସିଦ୍ଧାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ସାଇକେଲ୍‌ ପ୍ରେମୀ ସିଦ୍ଧାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ମାସକୁ ଥରେ କି ଦୁଇ ଥର ବାଇକ୍ ଚଲାନ୍ତି। ଦୂର ସ୍ଥାନକୁ ଯିବାର ଥିଲେ କାର୍ ବ୍ୟବହାର କରନ୍ତି। କିନ୍ତୁ ଘର ପାଖାପାଖି କୌଣସି ସ୍ଥାନ ବା ବଜାରକୁ ଯିବା ପାଇଁ ବାଇକ୍ ବ୍ୟବହାର କରନ୍ତି। କେବଳ ସେତିକି ନୁହେଁ, ପ୍ରତ୍ୟେକ ଦିନ କିଛି ସମୟ ନିଶ୍ଚିତ ସାଇକେଲ୍ ଚଲାଇବାକୁ ସେ ତାଙ୍କ ସିଡ୍ୟୁଲ୍‌ରେ ସାମିଲ କରିଛନ୍ତି। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା  ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ରେ ଥରେ ଯୋଗଦେଇ ସିଦ୍ଧାନ୍ତ ଏକଥା କହିଥିଲେ।

ସେ କହିଥିଲେ ଯେ ତାଙ୍କୁ ସାଇକେଲ୍‌ ଚଲାଇବାକୁ ଭଲ ଲାଗେ। ଏଥିରୁ ତାଙ୍କୁ ଦୁଇଟି ଲାଭ ମିଳେ। ଗୋଟେ ହେଉଛି- ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ। ଅନ୍ୟଟି ହେଲା- ଲୋକମାନଙ୍କ ମଧ୍ୟରେ ସେ ସଚେତନତା ସୃଷ୍ଟି କରିପାରନ୍ତି। ଯାନବାହନ ସଂଖ୍ୟା ବଢ଼ୁଥିବାରୁ ପ୍ରଦୂଷଣ ବଢ଼ୁଛି। ଭବିଷ୍ୟତରେ ଏହା ପରିବେଶକୁ ନଷ୍ଟ କରି ଦେବ। ତେଣୁ ଆମେ ସମସ୍ତେ ଏବେଠୁ ସାଇକେଲ୍‌ ଚଲାଇବାର ଅଭ୍ୟାସ ଆରମ୍ଭ କରି ଦେବା ଉଚିତ୍।

ସାଇକେଲ୍ ଚଲାଇବାର ଆଉ ଏକ ଉପକାରିତା ବିଷୟରେ ବି ସିଦ୍ଧାନ୍ତ କହିଥିଲେ। ସେ କହିଥିଲେ, ସକାଳେ ସାଇକେଲ୍‌ ଚଲାଇବା ସମୟରେ ଲୋକମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳେ। ବାଟରେ ଅନେକ ଲୋକ ଭେଟ ହୁଅନ୍ତି ଓ ସୋମାନଙ୍କ ସହ ଗପସପ କିରିବାକୁ ବହୁତ ଭଲ ଲାଗେ।

ସୂଚନାଯୋଗ୍ୟ, ସିଦ୍ଧାନ୍ତ ୧୫୦ରୁ ଅଧିକ ଓଡ଼ିଆ ଫିଲ୍ମ କରିଛନ୍ତି। ୧୯୯୩ରେ ତାଙ୍କର ପ୍ରଥମ ଫିଲ୍ମ ‘ଶ୍ରଦ୍ଧାଞ୍ଜଳି’ ରିଲିଜ୍‌ ହୋଇଥିଲା। ସେତେବେଳେ ସିଦ୍ଧାନ୍ତଙ୍କୁ ୨୭ବର୍ଷ ହୋଇଥିଲା।



from Odisha Reporter https://ift.tt/31YxCSI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages