ହାଟକୁ ଯାଇଥିଲେ ଯମୁନା, ନାଳରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ହାଟକୁ ଯାଇଥିଲେ ଯମୁନା, ନାଳରୁ ମିଳିଲା ମୃତଦେହ

କୋରାପୁଟ(ସୂର୍ଯ୍ୟ ପଣ୍ଡା):  କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଗୁନ୍ଥା ଗାଁ ନିକଟ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ଯମୁନା ଗୁଣ୍ଠା।

ଯମୁନା ଗତ ଶନିବାର ସ୍ୱାମୀଙ୍କ ସହ ପୁକାଲି ସାପ୍ତାହିକ ହାଟକୁ ଯାଇଥିଲେ। ହାଟ ସାରି ଘରକୁ ଫେରିବା ବେଳେ ବାଟରେ ଶୌଚ ପାଇଁ ନାଳକୁ ଯାଇଥିଲେ।  ଯମୁନାଙ୍କ ଫେରିବାରେ ବିଳମ୍ବ ହେବାରୁ ସ୍ୱାମୀ ତାଙ୍କୁ ବହୁ  ଖୋଜାଖୋଜି କରି ପାଇ ନଥିଲେ। ଏନେଇ ସେ  ଗତ ରବିବାର ପଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ଯମୁନାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଖବର ଦେଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2JzQZeD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages