ନିର୍ବାଚନ ବେଳେ ରାହୁଲ ଗଲେ ବ୍ୟାଙ୍କଙ୍କ, ବିଜେପି ଉଠାଇଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ନିର୍ବାଚନ ବେଳେ ରାହୁଲ ଗଲେ ବ୍ୟାଙ୍କଙ୍କ, ବିଜେପି ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ମୁଣ୍ଡ ଉପରେ ହରିଆନା, ମହାରାଷ୍ଟ୍ର ନିର୍ବାଚନ ସାଙ୍ଗକୁ ଅନେକ ରାଜ୍ୟରେ ଉପ ନିର୍ବାଚନ ରହିଛି। ହାତରେ ଆଉ ୧୦ ଦିନ ସମୟ ଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ବ୍ୟାଙ୍କଙ୍କ ଗସ୍ତ କରିଛନ୍ତି। ଯାହାକୁ ନେଇ ଏବେ ବିଜେପି ରାହୁଲଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି।

ହରିଆନାର ବିଜେପି ନେତା ଜବାହର ଯାଦବ ଟୁଇଟ୍ କରି କହିଛନ୍ତି ‘ଗତକାଲି ଅହମଦ ପଟେଲ ଭୂପିନ୍ଦର ସିଂହଙ୍କୁ ପଚାରୁଥିଲେ ଦଳ କେଉଁଠି ଗଲା? ଆଜି ଜଣାପଡ଼ିଲା ଦଳ ବ୍ୟାଙ୍କଙ୍କ ଯାଇଛି’।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ବ୍ୟାଙ୍କଙ୍କ ଯିବା ଖବର ଏବେ ସୋଶାଲ ମିଡିଆ ଟୁଇଟରରେ ଟ୍ରେଣ୍ଡ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲଙ୍କ ବ୍ୟାଙ୍କଙ୍କ ଗସ୍ତ ବ୍ୟକ୍ତିଗତ। ପୂର୍ବରୁ ମଧ୍ୟ ୨୦୧୫ରେ ବିଧାନସଭା ନିର୍ବାଚନ ବେଳେ ବିଦେଶ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ ରାହୁଲ୍।

ଅକ୍ଚୋବର ୨୧ରେ ହରିଆନା ଏବଂ ମହାରାଷ୍ଟ୍ରରେ ଭୋଟ୍‌ ହେବ। ଏହାର ଫଳାଫଳ ୨୪ରେ ପ୍ରକାଶ ପାଇବ। ଏହା ପୂର୍ବରୁ ହରିଆନାରେ ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଏକଦା ରାହୁଲଙ୍କର ନିକଟତମ ବ୍ୟକ୍ତି ଥିବା ହରିଆନା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନଓ୍ୱର ଗତକାଲି ଦଳରୁ ଇସ୍ତଫା ଦେଇଛନ୍ତି।

ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ନେତା ସଞ୍ଜୟ ନିରୁପମ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିସାରିଛନ୍ତି। ନିର୍ବାଚନ ବେଳେ ଦଳର ପ୍ରମୁଖ ନେତା ଅସନ୍ତୋଷ ହୋଇ ଦଳ ଛାଡ଼ିବା ଏବଂ ନିର୍ବାଚନୀ ପ୍ରଚାରରେ ଭାଗ ନନେବା ଦଳ ଭିତରର କନ୍ଦଳକୁ ସାମ୍ନାକୁ ଆଣିଛି।



from Odisha Reporter https://ift.tt/2ANsQwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages