ସମୁଦ୍ର କୂଳରେ ଅଳିଆ ଗୋଟାଇ ପ୍ରାତଃ ଭ୍ରମଣ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

ସମୁଦ୍ର କୂଳରେ ଅଳିଆ ଗୋଟାଇ ପ୍ରାତଃ ଭ୍ରମଣ କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ତାମିଲନାଡୁର ମହାବଲୀପୁରମର କାଭେ ରିସୋର୍ଟରେ ଦ୍ୱିପାକ୍ଷିକ ଅର୍ଥନୀତିକ ସମ୍ମିଳନୀ ଆରମ୍ଭ ହୋଇଛି। ଏହା ପୂର୍ବରୁ ସକାଳୁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମହାବଲୀପୁରମ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କରିଛନ୍ତି। ଏହି ସମୟରେ ସେ ସମୁଦ୍ର କୂଳରେ ପଡ଼ିଥିବା ଅଳିଆ ଉଠାଉଥିବା ଦେଖିବାକୁ ମିଳିଛି। ସମସ୍ତ ଅଳିଆକୁ ଉଠାଇ ସେ ରହୁଥିବା ହୋଟେଲର କର୍ମଚାରୀ ଜୟରାଜଙ୍କୁ ଦେଇଥିବା ଟୁଇଟ୍ କରି କହିଛନ୍ତି। ପାଖାପାଖି ଅଧଘଣ୍ଟାଏ ଧରି ମୋଦି ସମୁଦ୍ର କୂଳରେ ସଫେଇ କରିଥିଲେ ବୋଲି ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ତାଜ ହୋଟେଲରେ ରହୁଛନ୍ତି।


ସକାଳେ ପ୍ରାତଃ ଭ୍ରମଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଟର୍ଚ୍ଚ ଲାଇଟ୍ ଭଳି ଏକ ଛୋଟିଆ ଜିନିଷଟିଏ ହାତରେ ଧରିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସେ ହାତରେ ଧରିଥିବା ଜିନିଷଟି ଆକ୍ୱା ଫୁଟରୋଲର ବୋଲି ଜଣାପଡ଼ିଛି। ଏହି ଆକ୍ୱା ଫୁଟରୋଲରକୁ ଦୁଇ ହାତରେ ଧରି ଘଷି ହେଲେ ଥକାପଣ କମିଥାଏ।



from Odisha Reporter https://ift.tt/2M9qTAN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages