ବଡ଼ ହେବ ପିସିଙ୍କ ପରିବାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

ବଡ଼ ହେବ ପିସିଙ୍କ ପରିବାର !

ମୁମ୍ବାଇ: ଶୀର୍ଷକଟି ପଢ଼ି କିଛି ବୁଝିପାରିଲେ ନା ନାହିଁ ? ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅର୍ଥାତ୍ ପିସି ମା’ ହେବାକୁ ଯାଉଛନ୍ତି- ଏ କଥା ଆପଣଙ୍କ ମନକୁ ଆସିଲା କି? ତା’ହେଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ନୁହନ୍ତି। ଆପଣଙ୍କ ଭାବିବାଟା ପାଖାପାଖି ଠିକ୍। ଯଦିଓ ପିସି ମା’ ହେବାକୁ ଯାଉ ନାହାନ୍ତି, ତେବେ ସେ ମା’ ହେବା ପାଇଁ ମନ ବଳାଇ ସାରିଲେଣି। ସେ ଦେଇଥିବା ମନ୍ତବ୍ୟରୁ ତ ଏହା ବୁଝାପଡ଼ୁଛି।

ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ ପରିବାର ଖୁବ୍‌ଶୀଘ୍ର ବଡ଼ ହେବ। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେବଠାରୁ ସେ ମା’ ହେବାକୁ ଉତ୍ସୁକ ଅଛନ୍ତି। ଛୁଆମାନଙ୍କୁ ସେ ଖୁବ୍ ଭଲ ପାଆନ୍ତି। ସେ ସବୁବେଳେ ଜନନୀ ହେବାର ସ୍ୱପ୍ନ ଦେଖୁଥିଲେ। ଆଉ ଯେତେବେଳେ ବି ସମୟ ଆସିବ ସେମିତି ହିଁ ହେବ।

ଗତ ବର୍ଷ ଡିସେମ୍ବର ମାସରେ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍ ଜୋନାସ୍‌ଙ୍କୁ ବାହା ହୋଇଥିଲେ। ବାହାଘର ପରଠାରୁ ସେ ବେଶ୍ ଖୁସି ଅଛନ୍ତି। ବାହାଘର ପରେ ତାଙ୍କ ଜୀବନ ଏକ ପ୍ରକାର ସନ୍ତୋଷ ବା ତୃପ୍ତିରେ ଭରିଯାଇଛି ବୋଲି ସେ କହିଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ବି ଦୁଇ ସପ୍ତାହରେ ଥରେ ସେମାନେ ପରସ୍ପରକୁ ଭେଟନ୍ତି ବୋଲି ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଥିଲେ।

ପ୍ରିୟଙ୍କା ସବୁବେଳେ ନିକ୍‌ଙ୍କ ସହିତ ରହିବାକୁ ଚାହାନ୍ତି ଓ ସବୁକାମ ସାଙ୍ଗ ହୋଇ କରିବାକୁ ବି ଚାହାନ୍ତି। ତେବେ ସେ ଗୋଟିଏ କାମ ନିକ୍‌ଙ୍କ ସହିତ କରିବା ପାଇଁ ଚାହାନ୍ତି ନାହିଁ। ସେ ତାଙ୍କ ସହିତ ଗୀତ ଗାଇବାକୁ ଚାହାନ୍ତି ବୋଲି କହିଛନ୍ତି। କାରଣ ନିକ୍‌ଙ୍କ ସହିତ ଗୀତ ଗାଇବାର ସାହସ ତାଙ୍କଠାରେ ନାହିଁ ବୋଲି ପିସି କହିଛନ୍ତି।

ସୂଚନାଯୋଗ୍ୟ, ଏଇ ଶୁକ୍ରବାର ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ ରିଲିଜ୍ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଆୟ କରିଛି। ପ୍ରାୟ ତିନି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା ବଲିଉଡ୍‌କୁ କମ୍‌ବ୍ୟାକ୍ କରିଛନ୍ତି। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେ ଭାରତ ଆସି ପ୍ରାୟ ୧୫ ଦିନ ଧରି ଏହାର ପ୍ରମୋସନ୍‌ କରିଥିଲେ।



from Odisha Reporter https://ift.tt/2IKoMRT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages