ଜମ୍ମୁ କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ: ଜମ୍ମୁ ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଜମ୍ମୁ କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ: ଜମ୍ମୁ ଡିଜିପି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ ହୋଇଛି ସେନା। ଗତକାଲି ଜମ୍ମୁ କଶ୍ମୀର ଡିଜିପି ଦିଲବଗ ସିଂହ ପୁଞ୍ଚ ଜିଲ୍ଲାରେ ସମୀକ୍ଷା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଏହା କହିଛନ୍ତି। ରାଜ୍ୟରେ ଏବେ ପାଖାପାଖି ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସୀମାପାର ଏହି ଆତଙ୍କବାଦୀ ରାଜ୍ୟରେ ପଶିବାରେ ସକ୍ଷମ ହୋଇଛନ୍ତି ବୋଲି ଡିଜିପି କହିଛନ୍ତି।

ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କବାଦୀ ହିଂସା ଘଟାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏତେ ରହିଛି ଯେ ତାଙ୍କୁ ରୋକିବା ମଧ୍ୟ କଡ଼ା ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ହେଲେ ଭାରତୀୟ ସେନାଙ୍କ ରଣନୀତି ମଧ୍ୟ ବହୁତ ମଜବୁତ ରହିଛି ତେଣୁ ସେମାନଙ୍କର କୌଣସି ଯୋଜନା ଏଯାବତ ସଫଳ ହୋଇ ନାହିଁ ବୋଲି ଡିଜିପି କହିଛନ୍ତି।

ମୁଖ୍ୟତଃ ଘାଟିରେ ଥିବା ଜିଲ୍ଲା ଗୁଡ଼ିକରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ହିଂସା ବାବଦରେ ମଧ୍ୟ ସେ ଉଦାହରଣ ଦେଇ କହିଛନ୍ତି ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ହେଲେ ଏଥିମଧ୍ୟରୁ କିଛି ନିପାତ ହୋଇଥିବା ବେଳେ ଆଉ କିଛି ଗିରଫ୍ ହୋଇଛନ୍ତି ବୋଲି ଡିଜିପି କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାପରେ ସୀମାପାର ଆତଙ୍କବାଦୀ ରାଜ୍ୟରେ ପ୍ରବେଶ କରି ହିଂସା ଘଟାଇବାକୁ ଲକ୍ଷ୍ୟ ରଖିଛନ୍ତି। ହିଂସା କାର୍ଯ୍ୟକାଳପକୁ ନଜରରେ ରଖି ସରକାର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ହେଲେ ଏବେ କଟକଣା ଉଠିବା ପରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2OqIeXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages