ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ-ବାଗଦାଦି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ଟୁଇଟ କରିଛନ୍ତି। ଯାହାକି ଅଲକାଏଦ ବାବଦରେ ବୋଲି ଆଶଙ୍କା କରାଯାଉଛି।
Something very big has just happened!
— Donald J. Trump (@realDonaldTrump) October 27, 2019
ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ଆମେରିକା ଟାର୍ଗେଟ କରିଛି। ଆମେରିକା ସେନାର ଘନ ଘନ ଆକ୍ରମଣରୁ ବର୍ତ୍ତିବା ପାଇଁ ବାଗଦାଦି ଆତ୍ମହତ୍ୟା କରିଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ୨୦୧୪ରେ ସିରିଆର ଏକ ମସଜିଦର ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ବାଗଦାଦିକୁ ଦେଖିବାକୁ ମିଳିଥିଲା। ଏହାପରେ ବାଗଦାଦିକୁ ଖୋଜିବା ପାଇଁ ସିରିଆରେ ଆମେରିକା ସେନା ମୁତ୍ତୟନ କରିଛି। ଅନେକ ଥର ବାଗଦାଦିର ମୃତ୍ୟୁ ନେଇ ଖବର ଆସିଥାଏ। ବୋଧହୁଏ ଏଥର ବାଗଦାଦିର ମୃତ୍ୟୁର ସ୍ପଷ୍ଟ ସୂଚନା ମିଳିଛି; ତେଣୁ ଆମେରିକା ରାଷ୍ଟ୍ରପତି ନିଜେ ଘୋଷଣା କରିପାରନ୍ତି ବୋଲି ଆମେରିକା ଗଣମାଧ୍ୟମରୁ ଜଣାପଡ଼ିଛି। ଆମେରିକା ସମୟନୁସାରେ ରବିବାର ସକାଳ ୯ଟାରେ ନିଜ ଟୁଇଟ ବାବଦରେ ଟ୍ରମ୍ପ ସମ୍ପୂର୍ଣ୍ଣ ଘୋଷଣା କରିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2MP42L8
No comments:
Post a Comment