ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ତେଣୁ ଆଜି ସକାଳେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବନିମ୍ନ ୧୫୧୪ ଫୁଟ୍ ରହିଥିବା ଏବେ ୧୫୧୬ ଫୁଟ୍ ରହିଛି। ତଳୁଆ ଅଞ୍ଚଳର ଲୋକଙ୍କୁ ନଦୀକୁ ନଯିବା ପାଇଁ ଡାକବାଜି ଯନ୍ତ୍ରଦ୍ୱାରା ଜଳଭଣ୍ଡାର କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି। ମତ୍ସଜୀବୀଙ୍କୁ ମଧ୍ୟ ନଦୀକୁ ଯିବାକୁ ବାରଣ କରାଯାଇଛି। ତା’ସହିତ ଗାଈ ବାଛୁରୀ ଓ ଛେଳିମେଣ୍ଡାଙ୍କୁ ନଦୀ ଆଖପାଖକୁ ନଛାଡ଼ିବା ପାଇଁ କୁହାଯାଇଛି।
from Odisha Reporter https://ift.tt/365p28l
No comments:
Post a Comment