ନୂଆଦିଲ୍ଲୀ: ୮ ତାରିଖରେ ବାୟୁସେନାର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଭାରତୀୟ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ ଟିମର ଗ୍ରୁପ କ୍ୟାପଟନେ ସତୀଶ ପାଓ୍ୱାର ଓ ଏୟାର ଷ୍ଟ୍ରାଇକର ନେତୃତ୍ୱ ନେଇଥିବା ମିଣ୍ଟି ଅଗ୍ରୱାଲଙ୍କୁ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ସମ୍ମାନିତ କରିବେ।
ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ୨୭ ତାରିଖରେ ପାକିସ୍ତାନର ଏଫ୍-୧୬ ଲଢ଼ୁଆ ବିମାନକୁ ମାରି ଖସାଇ ଦେଇଥିଲେ ବାୟୁସେନାର ୫୧ ସ୍କ୍ୱାର୍ଡନ। ଏହି ସ୍କ୍ୱାର୍ଡନର ନେତୃତ୍ୱ ନେଇଥିଲେ କମାଣ୍ଡିଙ୍ଗ ଅଫିସର ଗ୍ରୁପ କ୍ୟାପଟେନ୍ ସତୀଶ ପାଓ୍ୱାର୍।
ଏଥିସହିତ ଏୟାରଷ୍ଟ୍ରାଇକରେ ସାମିଲ ହୋଇଥିବା ୯ ସ୍କ୍ୱାର୍ଡନଙ୍କୁ ଭି ଏହି ଅବସରରେ ସମ୍ମାନୀତ କରାଯିବ। ଏହି ସ୍କ୍ୱାର୍ଡନ ମିରାଜ ୨୦୦୦ ଲଢ଼ୁଆ ବିମାନକୁ ବ୍ୟବହାର କରି ‘ଅପରେଶନ ବନ୍ଦର’କୁ ସଫଳ କରାଇଥିଲା। ଏହାଦ୍ୱାରା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଥିଲା।
from Odisha Reporter https://ift.tt/2IrtDXX
No comments:
Post a Comment