ମୁମ୍ବାଇ: ଦକ୍ଷିଣୀ ତାରକା ତଥା ‘ବାହୁବଲୀ’ ଫେମ୍ ରାଣା ଦଗ୍ଗୁବାତୀ ହାଇଦ୍ରାବାଦ ଛାଡ଼ି ମୁମ୍ବାଇରେ ରହିବେ। କେବଳ ସେ ନୁହନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ମୁମ୍ବାଇରେ ଆସି ରହିବେ। ସେଥିପାଇଁ ବେଶ୍ କିଛି ଦିନ ହେଲା ତାଙ୍କ ପରିବାର ଲୋକେ ମୁମ୍ବାଇରେ ଘର ମଧ୍ୟ ଖୋଜୁଛନ୍ତି। ତେବେ ସେ କାହିଁକି ମୁମ୍ବାଇ ଶିଫ୍ଟ ହେଉଛନ୍ତି, ସେ ନେଇ କିଛି ଖବର ନାହିଁ। ଅନ୍ୟପକ୍ଷରେ ଏହି ଖବର ଜଣାପଡ଼ିବା ପରେ ରାଣା ଯେ ସତରେ ଅସୁସ୍ଥ ଅଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି ବୋଲି ବିଟାଉନ୍ରେ କେହି କେହି କହୁଛନ୍ତି।
ରାଣା ଏବେ ଆମେରିକାରେ ଅଛନ୍ତି। ସେ ଗତ ଚାରି ମାସ ହେଲାଣି ସେଠାରେ ଅଛନ୍ତି। ଆମେରିକାରେ ତାଙ୍କର କିଡ୍ନୀ ପ୍ରତିରୋପଣ ହୋଇଥିବା କୁହାଯାଉଛି। ହେଲେ ରାଣା କିମ୍ବା ତାଙ୍କ ପରିବାର ଲୋକେ ଏନେଇ ମୁହଁ ଖୋଲୁ ନାହାନ୍ତି। ନିକଟରେ ସେ ସୋଶାଲ୍ ମିଡିଆରେ ତାଙ୍କର ଏକ ଫଟୋ ପୋଷ୍ଟ୍ କରିଥିଲେ। ଏଥିରେ ସେ ଏକ ବ୍ରାଣ୍ଡର ବିଜ୍ଞାପନ କରିଥିଲେ। ତେବେ ଲୋକଙ୍କ ନଜର ବିଜ୍ଞାପନ ଉପରେ ଯେତିକି ପଡ଼ି ନଥିଲା, ତା’ଠାରୁ ଅଧିକ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥିଲା। ଏହି ଫଟୋରେ ରାଣା ଖୁବ୍ ପତଳା ଦେଖାଯାଉଥିଲେ। ଏହି ଫଟୋ ଦେଖିଲେ ହଠାତ୍ କେହି ବିଶ୍ୱାସ କରିପାରିବେନି ଯେ ସେ ‘ବାହୁବଲୀ’ରେ ଅଭିନୟ କରିଥିଲେ। ଏ ଫଟୋ ଦେଖି ସମସ୍ତଙ୍କ ଅନୁମାନ ଆହୁରି ବଢ଼ିଯାଇଥିଲା ଯେ ସେ ଅସୁସ୍ଥ ଅଛନ୍ତି।
ଏହା ପୂର୍ବରୁ ରାଣା ଆଉ ଏକ ସୋଶାଲ୍ ମିଡିଆ ପୋଷ୍ଟ୍ କରିଥିଲେ। ସେଥିରେ ସେ ଏକ ଫିଲ୍ମ ପାଇଁ ରିସର୍ଚ୍ଚ କରିବାକୁ ସେଠାରେ ଥିବା ଜଣାଇଥିଲେ। ତେବେ ଏହାକୁ କେହି ସହଜରେ ଗ୍ରହଣ କରିପାରି ନଥିଲେ।
from Odisha Reporter https://ift.tt/35aRRzs
No comments:
Post a Comment