ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ମଲିପୁର ପଞ୍ଚାୟତର ନିଆଳି ଗାଁରେ ବାର୍ହା ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନେ ହେଲେ ଯୋଗେଶ୍ୱର ପଲେଇ (୫୫) ଓ ତାଙ୍କ ଶଳା ବିଜୟ ନାୟକ(୩୦)।
ଆଜି ସକାଳ ପ୍ରାୟ ୯ଟା ବେଳେ ବିଜୟ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ। ଏହି ସମୟରେ ଏକ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା। ଏହାଦେଖି ଯୋଗେଶ୍ୱର ତାଙ୍କୁ ରକ୍ଷା କରିବାକୁ ଯାଇଥିଲେ। ହେଲେ ବାର୍ହା ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
ଉଭୟଙ୍କୁ ୧୦୮ ଆମ୍ୱୁଲାନ୍ସ ଯୋଗେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବିଜୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ନାକ, ଦୁଇ ହାତ, ଗୋଡ଼ ଓ କାନରେ ଗଭୀର କ୍ଷତ ହୋଇଛି।
ସୂଚନାଯୋଗ୍ୟ, ଗାଁରେ ୪ଟି ବାର୍ହା ବୁଲୁଥିବା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
from Odisha Reporter https://ift.tt/31ST8bE
No comments:
Post a Comment