ଛୋଟ କପଡା ଏବଂ ମଦ ପିଇବା ପାଇଁ ରାଜି ହେଲେନି, ସ୍ୱାମୀ ଦେଲା ତିନି ତଲାକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଛୋଟ କପଡା ଏବଂ ମଦ ପିଇବା ପାଇଁ ରାଜି ହେଲେନି, ସ୍ୱାମୀ ଦେଲା ତିନି ତଲାକ୍

ପାଟନା: ତିନି ତଲାକ ବେଆଇନ୍ ବୋଲି ସାରା ଦେଶରେ ନିୟମ କଡ଼ାକଡ଼ି ହୋଇଛି। ଏହାପରେ ବି ତିନି ତଲାକର ଶିକାର ହେଉଛନ୍ତି ମୁସଲିମ୍ ମହିଳାମାନେ। ବିହାର ପାଟନାରେ ଜଣେ ମହିଳା ମଦ ପିଇବେନି, ଛୋଟ କପଡ଼ା ପିନ୍ଧିବେ ନାହିଁ ବୋଲି ତାଙ୍କ ସ୍ୱାମୀଙ୍କୁ କହିଥିଲେ। ଏହାପରେ ତାଙ୍କ ସ୍ୱାମୀ ତିନି ତଲାକ ଦେଇଛନ୍ତି ବୋଲି ପୀଡ଼ିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ବିହାର ମହିଳା କମିଶନଙ୍କ ନିକଟରେ ଏହି ମାମଲା ପହଞ୍ଚିବା ପରେ ମହିଳାଙ୍କ ସ୍ୱାମୀଙ୍କୁ ନୋଟିସ୍ ପଠାଯାଇଥିବା ଜଣାପଡ଼ିଛି।

ପୀଡ଼ାତାଙ୍କ ନାମ ନୁରୀ ଫାତମା। ତାଙ୍କର ବିବାହ ୨୦୧୫ରେ ଇମରାନ୍ ମୁସ୍ତଫାଙ୍କ ସହ ହୋଇଥିଲା। ବିବାହର କିଛି ଦିନ ପରେ ସ୍ୱାମୀ ଇମରାନ୍ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଧୁନିକତାକୁ ଆପଣାଇବା ପାଇଁ ଇମରାନ ନୁରୀଙ୍କୁ କହିଥିଲେ। ମଦ ପିଇବା ସାଙ୍ଗକୁ ରାତିରେ ହେଉଥିବା ପାର୍ଟିରେ ଯୋଗଦେବା ପାଇଁ ନିଜକୁ ପ୍ରସ୍ତୁତ ହେବାକୁ ଇମରାନ ତାଙ୍କ ସ୍ତ୍ରୀ ନୁରୀଙ୍କୁ କହିଥିଲେ। ଏହାପରେ ନୁରୀ ଏଭଳି କାମ କରିବେ ନାହିଁ ବୋଲି ସିଧାସିଧା ତାଙ୍କ ସ୍ୱାମୀଙ୍କୁ କହିଦେଇଥିଲେ। ଏ ନେଇ ଦୁହିଁଙ୍କ ମଧ୍ୟରେ ମନାନ୍ତର ହୋଇଥିଲା ବୋଲି ନୁରୀ କହିଛନ୍ତି।

ତେବେ ତିନି ତଲାକ ଦେବା ପୂର୍ବରୁ ଇମରାନ ତାଙ୍କୁ ଘର ଛାଡ଼ି ଯିବା ପାଇଁ କହିଥିଲେ। ହେଲେ ନୁରୀ ରାଜି ହୋଇନଥିଲେ। ଏହାପରେ ଇମରାନ ତିନି ତଲାକ ଦେଇଛନ୍ତି ବୋଲି ନୁରୀ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ବିହାର ମହିଳା କମିଶନର ଅଧ୍ୟକ୍ଷ ଦିଲମଣୀ ମିଶ୍ର କହିଛନ୍ତି ନୁରୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇଛି। ସେପ୍ଚେମ୍ୱର ୧ରେ ଇମରାନ୍ ତିନି ତଲାକ ଦେଇଛନ୍ତି ବୋଲି ଜଣାପଡ଼ିଛି। ଏମିତିକି ନୁରୀଙ୍କର ଦୁଇଥର ଗର୍ଭପାତ ଇମରାନ୍ କରାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧ ଅଗଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ତଲାକ୍ ବିଲକୁ ମଞ୍ଜୁରୀ ଦେଇଥିଲେ। ଏହି ଆଇନ୍ ପିଛିଲା ଭାବରେ ୧୯ ସେପ୍ଟେମ୍ୱର, ୨୦୧୮ରୁ ଲାଗୁ ହୋଇଛି।



from Odisha Reporter https://ift.tt/32lPXKR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages