ଡମ୍ପରକୁ ଧକ୍କା ଦେଲା ଟ୍ରକ୍‌; ବାହାରିଲା ୩୦୦ ପେଟି ବିଦେଶୀ ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଡମ୍ପରକୁ ଧକ୍କା ଦେଲା ଟ୍ରକ୍‌; ବାହାରିଲା ୩୦୦ ପେଟି ବିଦେଶୀ ମଦ

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା-ନୁଦଡ଼ିହା ରାସ୍ତାର ଉର୍ମଳ ଛକ ନିକଟରେ ଏକ ଡମ୍ପରକୁ ଏକ ଟ୍ରକ୍‌ ପଛ ପଟୁ ଧକ୍କା ଦେବା ପରେ ସେଥିରୁ ୩୦୦ ପେଟି ବିଦେଶୀ ମଦ ଜବତ କରାଯାଇଛି। ପୁଲିସ୍ ଟ୍ରକ୍ ଓ ମଦ ଜବତ କରି ଘଟଣାର ତଦନ୍ତ କରୁଛି।

ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ବଡ଼ କଷ୍ଟରେ ତାଙ୍କୁ ଟ୍ରକ୍ ଭିତରୁ ବାହାର କରାଯାଇଥିଲା। ସେ ଚାପି ହୋଇ ରହି ଯାଇଥିଲେ। ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଟ୍ରକ୍‌ଟି ବାଲେଶ୍ୱର ଜିଲ୍ଲା ସେରଗଡ଼ରୁ ମଦ ବୋଝେଇ କରି ଯଶିପୁର ଯାଉଥିବା ବେଳେ ଭୁଲ୍‌ ରାସ୍ତାରେ ପଶି ଯାଇଥିଲା। ଭୁଲ୍‌ ରାସ୍ତାରୁ ଫେରୁଥିବା ବେଳେ ଉର୍ମଳ ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଡମ୍ଫରକୁ ଏହା ପଛ ପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଟ୍ରକ୍‌ ଭିତରୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।  ଖବର ପାଇ ଉଦଳା ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ବିପୁଳ ପରିମାଣରେ ମଦ ଥିବା ପୁଲିସ୍ ଦେଖିଥିଲା।



from Odisha Reporter https://ift.tt/2nKQaIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages