ଦ୍ୱିତୀୟ ଦିନରେ ବି ମାର୍କେଟ କମ୍ପେକ୍ସ ଉଚ୍ଛେଦ ପ୍ରକ୍ରିୟା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ଦ୍ୱିତୀୟ ଦିନରେ ବି ମାର୍କେଟ କମ୍ପେକ୍ସ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମୋଚିସାହି ମହୋଦଧି ମାର୍କେଟ କମ୍ପେକ୍ସ ଉଚ୍ଛେଦର ଆଜି ହେଉଛି ଦ୍ୱିତୀୟ ଦିନ। କାଲି ଦିନସାରା ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଆଜି ସେଠାରେ ଥିବା ଅବଶିଷ୍ଟ ଦୋକାନକୁ ଭଙ୍ଗାଯାଉଛି।

ଗତକାଲି ମୋଚିସାହି ମହୋଦଧି ମାର୍କେଟ କମ୍ପେକ୍ସର ୫୮ଟି ଦୋକାନକୁ ବୁଲଡୋଜର ଲଗାଇ ଭଙ୍ଗିଥିଲା ପୁରୀ ପୌରସଂସ୍ଥା। ଆଜି ଆଉ କିଛି ବିପଦସଙ୍କୁଳ କୋଠା ଓ ଦୋକାନ ଘର ଭଙ୍ଗାଯିବ। ପୁରୀ ପୌରସଂସ୍ଥାର ଉଚ୍ଚ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାମ ଆଗେଇ ଚାଲିଛି।

ପ୍ରଶାସନର ଉଚ୍ଛେଦକୁ ଦୋକାନୀମାନେ ସହଯୋଗ କରିଥିଲେ ମଧ୍ୟ ଥଇଥାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପୁରୀ ପୌର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏହି ଉଚ୍ଛେଦ ସ୍ଥାନରେ ଏକ ପାର୍କିଂ ପ୍ଲେସ ସହ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ।  ତେବେ କେଉଁ ସଂସ୍ଥା ତିଆରି କରିବ ସରକାରୀ ନା ବେସରକାରୀ ତାହା ଏର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2oy1Pus

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages