ସୁନ୍ଦରଗଡ଼(ବିଜୟ ବିରୁଆ): ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାଁରେ କେହି ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ମୋବାଇଲ୍ ଏବଂ ଟଙ୍କା ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି। ଏନେଇ ଜିଲ୍ଲାପାଳ ସେହି ନକଲି ଫେସ୍ବୁକ୍ ଆକାଉଣ୍ଟରେ ହିଁ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି,“ଏହା ଫେକ୍ ଆକାଉଣ୍ଟ। ଏଥିରେ କେହି ନ ପଡ଼ିବାକୁ ପରାମର୍ଶ ଦେଉଛି ।”
ଏହି ଫେକ୍ ଆକାଉଣ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ତାଙ୍କ ବନ୍ଧୁ ସୂଚନା ଦେବା ପରେ ସେ ଜାଣିଥିଲେ। ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇ ନାହିଁ। ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
from Odisha Reporter https://ift.tt/2VKmAPT
No comments:
Post a Comment