ପିଆଜକୁ ନେଇ ମହାଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

ପିଆଜକୁ ନେଇ ମହାଭାରତ

ଲକ୍ଷ୍ନୌ: ବର୍ଦ୍ଧିତ ପିଆଜ ଦର ଏବେ ସମସ୍ତଙ୍କୁ କନ୍ଦାଉଛି। ହେଲେ ଏବେ ପିଆଜକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଭଳି ପିଆଜ ଦାମକୁ ନେଇ ମୁଲଚାଲ ବେଳେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଉପରେ ଟିପ୍ପଣୀ ଦେବା ପରେ ଏହି ବିବାଦ ବଢ଼ିଛି। ବିବାଦ ଏତେ ଆଗକୁ ବଢ଼ିଲା ଯେ ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଅମରୋହ ଜିଲ୍ଲାରେ।

ସୂଚନାଯୋଗ୍ୟ, ବୁଧବାର ସକାଳେ ଅମରୋହ ଜିଲ୍ଲାରେ ଏହି ଘଟଣା ଘଟିଥିଲା। କଳାଖେରୀ ଗାଁରେ ନେହା ନାମରେ ଜଣେ ମହିଳା ପିଆଜ କିଣୁଥିବା ବେଳେ ଦୋକାନୀ ସହ ଦରଦାମ ଛିଡ଼ାଉଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ଦିପ୍ତୀ ଦୋକାନୀଙ୍କୁ କହିଥିଲେ ନେହା ପିଆଜ କିଣି ପାରିବ ନାହିଁ। ତା ସହ ଯୁକ୍ତି କରି ସମୟ ନଷ୍ଟ କର ନାହିଁ।

ଏହାପରେ ନେହା ଦୀପ୍ତିଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। କଳି ଆଗକୁ ବଢ଼ିବାରୁ ଏଥିରେ ପାଖରେ ଥିବା ଅନ୍ୟ ମହିଳା ମାନେ ସାମିଲ୍ ହୋଇଥିଲେ। ଏହାପରେ ଘଟଣା ହିଂସା ଆଡ଼କୁ ମୁହାଁଇଥିଲା। ଏଥିରେ ନେହା, ଦୀପ୍ତି ସମେତ ଅନ୍ୟ ତିନି ମହିଳା ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ୍ ଆସି ପହଞ୍ଚିବା ପରେ ମାମଲା ଶାନ୍ତ ପଡ଼ିଥିଲା।

ଏହି ବିବାଦକୁ ନେଇ ଉଭୟଙ୍କ ପକ୍ଷରୁ 6 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାପରେ ପୁଲିସ ଏହି 6 ଜଣଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ଗୁରୁବାର ସେମାନଙ୍କୁ ଜାମିନ୍ ମିଳିଥିଲା।



from Odisha Reporter https://ift.tt/31a15Jh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages