କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମିଛର ପୋଲ୍ ଖୋଲିଲେ ୟୁରୋପୀୟ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମିଛର ପୋଲ୍ ଖୋଲିଲେ ୟୁରୋପୀୟ ସାଂସଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦେଖାଦେଇଥିବା ସ୍ଥିତିକୁ ନେଇ ପାକିସ୍ତାନ ମିଛର କଡ଼ା ଜବାବ ଦେଇଛନ୍ତି ୟୁରୋପୀୟ ସାଂସଦ। ନିଜ ଆଖିରେ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ପ୍ରେସ ମିଟ କରି ୟୁରୋପୀୟ ସାଂସଦ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ବଖାଣିଛନ୍ତି। ଏମିତିକି ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନରୁ ଟଙ୍କା ଆସୁଛି ବୋଲି ମଧ୍ୟ ବିଦେଶୀ ସାଂସଦ କହିଛନ୍ତି। ଆତଙ୍କବାଦ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି ଜାତିସଂଘରେ ଭାରତ ଯେଉଁ ପ୍ରତିକ୍ରିୟା ରଖିଥିଲା ସେଥିରେ ଏହି ବିଦେଶୀ ସାଂସଦମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏକ ବଡ଼ ସମସ୍ୟା। ଏହାକୁ ନିପାତ କରିବା ପାଇଁ ଭାରତ ଯେଉଁ ସବୁ ପଦକ୍ଷେପ ନେଉଛି ତାହାକୁ ସେମାନେ ସମର୍ଥନ କରୁଛନ୍ତି ବୋଲି ୨୩ ଜଣିଆ ବିଦେଶୀ ସାଂସଦ କହିଛନ୍ତି।

ୟୁରୋପୀୟ ସାଂସଦ ଥିୟୋରୀ ମରିୟାନୀ କହିଛନ୍ତି, “ମୁଁ ୨୦ରୁ ଅଧିକ ଥର ଭାରତ ଆସିଛି। ଦିଲ୍ଲୀ, ମୁମ୍ୱାଇ ଭଳି ଅନେକ ସ୍ଥାନ ବୁଲିଛି। ଏଥର କିନ୍ତୁ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ଜାଣିବାର ଥିଲା। କଶ୍ନୀରରେ ଏବେ ସ୍ୱାଭାବିକ ସ୍ଥିତି ରହିଛି। ସ୍ଥିତି ବୁଲି ଦେଖିବା ବେଳେ ଅନେକ ସାମାଜିକ ନେତାଙ୍କ ସହ ଆଲୋଚନା ହୋଇଛି। ସମସ୍ତେ ଶାନ୍ତି ପାଇଁ ନିଜର ଚିନ୍ତାଧାରା ପ୍ରକାଶ କରିଛନ୍ତି”।

ସେହିପରି ଗତକାଲି ଜମ୍ମୁ କଶ୍ମୀରରେ ୫ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣାର ପ୍ରତିକ୍ରିୟା ରଖିଛନ୍ତି ୟୁରୋପୀୟ ସାଂସଦ ବିଲ୍‌ ନ୍ୟୁଟନ। ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ। ଭାରତ ସବୁବେଳେ ଶାନ୍ତିକୁ ଅଗ୍ରାଧିକାର ଦିଏ ବୋଲି ଇତିହାସ ରହିଛି। ଜମ୍ମୁ କଶ୍ମୀରର କିଛି ନେତାଙ୍କୁ ଭେଟିବା ବେଳେ ସେମାନେ ତାଙ୍କୁ କହିଛନ୍ତି, କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ସ୍ଥାନୀୟ ପ୍ରଭାବଶାଳୀ ଲୋକମାନେ ନିଜ ପକେଟକୁ ନେଇ ଦୁର୍ନୀତି କରୁଛନ୍ତି। ଅନ୍ୟଜଣେ ସାଂସଦ କହିଛନ୍ତି ଭାରତକୁ ଆମେମାନେ ସମର୍ଥନ କରିବା ଜରୁରୀ। ଭାରତ ବିଶ୍ୱର ବଡ଼ ଗଣତାନ୍ତ୍ରିକ ଦେଶ।

ୟୁରୋପର ୨୩ ବିଦେଶୀ ସାଂସଦ ମଙ୍ଗଳବାରଠୁ ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଆସିଥିଲେ। ଶ୍ରୀନଗର ବିମାନ ବନ୍ଦରରେ ବିଦେଶୀ ସାଂସଦମାନେ ପହଞ୍ଚିବା ପରେ ତାଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ସହିତ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ବିଦେଶୀ ସାଂସଦଙ୍କ ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳର ନେତା କଶ୍ନୀର ଯିବା ବେଳେ ତାଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଯାଉଛି, ହେଲେ ଏହି ବିଦେଶୀ ସାଂସଦଙ୍କୁ କେମିତି ସ୍ଥିତି ସମୀକ୍ଷା କରିବାକୁ ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି।

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଭାରତର ଏଭଳି ପଦକ୍ଷେପକୁ ବେଆଇନ ବୋଲି କହିବା ସହ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ପାକିସ୍ତାନ ଜାତିସଂଘରେ କହିଥିଲା। ପାକିସ୍ତାନର ଏହି ଅଭିଯୋଗକୁ ମଧ୍ୟ ସେତେବେଳେ ଜାତିସଂଘରେ ଅନେକ ଦେଶ ସମର୍ଥନ କରିନଥିଲେ।



from Odisha Reporter https://ift.tt/2PyJOqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages