ଓସ୍କାର ପୁରସ୍କାର ବିଜୟିନୀଙ୍କୁ ବାନ୍ଧିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଓସ୍କାର ପୁରସ୍କାର ବିଜୟିନୀଙ୍କୁ ବାନ୍ଧିଲା ପୁଲିସ୍

ୱାଶିଂଟନ୍: ଓସ୍କାର ପୁରସ୍କାର ଜିତିଥିବା ହଲିଉଡ୍‌ ଅଭିନେତ୍ରୀ ଜେନ୍‌ ଫୋଣ୍ଡା (୮୧)ଙ୍କୁ ଆମେରିକା ପୁଲିସ୍ ଗିରଫ କରିଛି। ତାଙ୍କ ସହିତ ଆହୁରି ୧୬ ଜଣ ଲୋକଙ୍କୁ ପୁଲିସ୍ ଗିରଫ କରିଛି। ଦୀର୍ଘ ସମୟ ହେଲା ୱାଶିଂଟନ୍‌ରେ ଜଳବାୟୁ ପରିବର୍ତ୍ତନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଛି।

ଜେନ୍‌ଙ୍କୁ ଗିରଫ କରାଯିବା ବେଳର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ଜେନ୍‌ କହିଛନ୍ତି ଯେ ଖରା ହେଉ କି ବର୍ଷା ସେ ପ୍ରତି ଶୁକ୍ରବାର ସେଠାକୁ ଯିବେ ଓ ଏହି ଆନ୍ଦୋଲନରେ ସାମିଲ୍‌ ହେବେ। ନିର୍ବାଚିତ ଅଧିକାରୀଙ୍କ ଦ୍ୱାରା  ସେ ପରିବେଶକୁ ନଷ୍ଟ ହେବାକୁ ଦେବେନାହିଁ। ବିଭିନ୍ନ ଇଣ୍ଡଷ୍ଟ୍ରୀକୁ ଫାଇଦା ଦେବା ପାଇଁ ସେମାନେ ପୃଥିବୀର କ୍ଷତି କରୁଛନ୍ତି।

ସୂଚନାଯୋଗ୍ୟ, ଜେନ୍‌ ପ୍ରଥମ ଥର ପାଇଁ ଗିରଫ ହୋଇନାହାନ୍ତି। ୧୯୭୦ ମସିହାରେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା। ଆମେରିକା ଓ ଭିଏତନାମ୍‌ ଯୁଦ୍ଧକୁ ବିରୋଧ କରି ସେ ଗିରଫ ହୋଇଥିଲେ। ଏନେଇ ଏକ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପୁଲିସ୍‌ ତାଙ୍କୁ ଚିହ୍ନିପାରି ଗିରଫ କରିଥିଲା ଓ ଜେଲ୍ ପଠାଇ ଦେଇଥିଲା।

ଜେନ୍‌ ଫୋଣ୍ଡା ହେଉଛନ୍ତି ହଲିଉଡ୍‌ ଜଣେ ସଫଳ ଅଭିନେତ୍ରୀ। ସେ ୧୯୬୦ରେ ଫିଲ୍ମ ‘ଟଲ୍‌ ଷ୍ଟୋରି’ରୁ ଡେବ୍ୟୁ କରିଥିଲେ। ସେ ପ୍ରାୟ ୫୦ଟି ଫିଲ୍ମ ଓ ଅନେକ ଟିଭି ଧାରାବାହିକରେ କାମ କରିଛନ୍ତି।



from Odisha Reporter https://ift.tt/35xUGuD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages