ମାଟି ହାଣ୍ଡି ପୋଡ଼ା ମଟନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ମାଟି ହାଣ୍ଡି ପୋଡ଼ା ମଟନ୍‌

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍‌ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଏକ ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚାରିଆଡ଼େ ଖେଳାଇ ଦିଅନ୍ତୁ। ଫଳରେ ମାଂସ ଆଉ ତଳେ ଲାଗିବ ନାହିଁ। ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚୁଲିରେ ବସାନ୍ତୁ। ତା’ପରେ ଏଥିରେ ମସଲା ଗୋଳା ମାଂସକୁ ରଖି ମାଟିର ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଏବେ କିଛି ଅଟା ଚକଟାକୁ ହାଣ୍ଡିର ମୁହଁ ଚାରିପଟେ ଦେଇ ଫାଙ୍କ ବନ୍ଦ କରିଦିଅନ୍ତୁ। ଏବେ ଘୋଡ଼ଣୀ ଉପରେ କିଛି ଅଙ୍ଗାର ପକାଇ ଦିଅନ୍ତୁ। ୨୫ ମିନିଟ୍‌ରୁ ଅଧା ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯିବ ‘ମାଟି ହାଣ୍ଡି ପୋଡ଼ା ମଟନ୍‌’।



from Odisha Reporter https://ift.tt/2OFzAV8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages