ନାଥୁରାମଙ୍କୁ କାବୁ କରିଥିବା ଓଡ଼ିଆ ପୁଅଙ୍କ ଗାଁକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ନାଥୁରାମଙ୍କୁ କାବୁ କରିଥିବା ଓଡ଼ିଆ ପୁଅଙ୍କ ଗାଁକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି

ଆଳି (ବନମାଳୀ ସାହୁ): ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ କାବୁ କରିଥିଲେ ଜଣେ ଓଡ଼ିଆ ପୁଅ। ତାଙ୍କ ନାଁ ରଘୁନାଥ ନାୟକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଜାଗୁଳାଇପଡ଼ା ଗାଁରେ। ସେ ଧରାପୃଷ୍ଠରୁ ବିଦାୟ ନେଇ ସାରିଲେଣି। ତେବେ ଅଦ୍ୟମ ସାହସ ପାଇଁ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର କୁମାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ରଘୁନାଥଙ୍କ ଗାଁରେ ଏକ ସ୍ମୃତି ଭବନ ନିର୍ମାଣ ସହ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଛି। ତାଙ୍କରି ଗାଁ ଲୋକେ ଏହି ଦାବି କରିଛନ୍ତି।

ଆଜି ଗାନ୍ଧି ଜୟନ୍ତୀ ଅବସରରେ ଜାଗୁଳାଇପଡା ବାସିନ୍ଦା ଯୁଗଳ କିଶୋର ବାରିକ ଓ  ବିଜୟା ନନ୍ଦ ବିଶ୍ୱାଳ କହିଛନ୍ତି, “ରଘୁନାଥ ନାୟକ ଆମ ଗାଁର ଗର୍ବ ଓ ଗୌରବ। ସେ  ବିର୍‌ଲା ହାଉସ୍‌ରେ ରହି ମାଳି କାମ କରୁଥିଲେ। ଗାନ୍ଧିଜୀଙ୍କୁ ଗୁଳି କରି ନାଥୁରାମ ଗଡ଼ସେ ଖସି ଯାଉଥିବା ବେଳେ ସେ ତାଙ୍କୁ କାବୁ କରିଥିଲେ। ତେଣୁ ତାଙ୍କ ନାଁରେ ସ୍କୃତି ଭବନ ନିର୍ମାଣ ସହ ଗାଁକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ଆମେ ଦାବି କରୁଛୁ।”

ସଂକ୍ଷେପରେ ରଘୁନାଥ

ରଘୁନାଥ ଦିଲ୍ଲୀର ବିର୍‌ଲା ହାଉସରେ ମାଳି ଭାବେ କାମ କରୁଥିଲେ। ତା’ସହିତ ସେ ବାପୁଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ଯେଉଁ ଦିନ ବାପୁଙ୍କୁ ହତ୍ୟା କରାଯାଇଥିଲା ସେଦିନ ସେ ବଗିଚାରେ କାମ କରୁଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ସେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ବାପୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଚଟାଣରେ ପଡ଼ିଥିବା ଦେଖି ସେ  ନିଜକୁ ସମ୍ଭାଳି ପାରି ନଥିଲେ। ତେବେ ତା’ସହିତ ସାହସର ସହିତ ନାଥୁରାମ ଗଡସେକୁ କାବୁ ମଧ୍ୟ କରିଥିଲେ। ପରେ ପୁଲିସ୍‌ ନାଥୁରାମ୍‌କୁ ଗିରଫ କରିଥିଲା।

ଗାନ୍ଧୀଙ୍କ ହତ୍ୟାର ପ୍ରାୟ ୮ ବର୍ଷ ପରେ ଜନ୍ମମାଟିକୁ ଫେରି ଆସିଥିଲେ ରଘୁନାଥ। ପତ୍ନୀ ମନ୍ଦୋଦରୀ ନାୟକ, ୪ ପୁଅ ଓ ୩ ଝିଅଙ୍କୁ ନେଇ ତେଲଲୁଣର ସଂସାରକୁ ଦୁଃଖକଷ୍ଟରେ ଚଳାଇଥିଲେ।  ୮୪ ବର୍ଷ ବୟସରେ ସେ ଆଖି ବୁଜିଥିଲେ। ରଘୁନାଥଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହାବ୍ୟତୀତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯାଉଥିଲା। ରଘୁନାଥ ବିର୍‌ଲା ହାଉସ୍‌ରେ ମାଳି କାମ କରୁଥିବା ହେତୁ ସେଠାରୁ ମନ୍ଦୋଦରୀଙ୍କ ନିକଟକୁ ପ୍ରତି ମାସ ୨୫ ଟଙ୍କାର ସହାୟତା ରାଶି ମଧ୍ୟ ଆସୁଥିଲା। ପ୍ରାୟ ୧୫ ଦିନ ପୂର୍ବେ ସେ ମଧ୍ୟ ଆଖି ବୁଜିଥିଲେ।



from Odisha Reporter https://ift.tt/2p9JZ0E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages