ହାଇଦ୍ରାବାଦ: ତିନି ତଲାକକୁ ଅସାମ୍ବାଧାନିକ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ବି ଏହି ତିନି ତଲାକ ଦିଆଯାଉଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଜଣେ ଯୁବକ ସ୍ତ୍ରୀ ଦାନ୍ତୁରୀ ବୋଲି ଟ୍ରିପିଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି (ଅକ୍ଚୋବର ୩୧)ରେ ରୁକସାନାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ ସ୍ୱାମୀ ମୁସ୍ତଫାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏ ନେଇ କୁଶାଇଗୁଡା ଏସଆଇ କେ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।
ରୁକସାନା ବେଗମ କହିଛନ୍ତି ଯେ, ମୁସ୍ତଫାଙ୍କ ସହ ତାଙ୍କର ବିବାହ ଚଳିତବର୍ଷ ଜୁନ୍ ୨୭ରେ ହୋଇଥିଲା। ବାହାଘର ବେଳେ ମଧ୍ୟ ଅନେକ ସୁନା ଗହଣା ଓ ଟଙ୍କା ଯୌତୁକରେ ଦାବି କରିଥିଲେ ମୁସ୍ତଫାଙ୍କ ପରିବାର ଲୋକେ। ତାଙ୍କ ବାପଘର ଲୋକ ମଧ୍ୟ ଏସବୁ ପୂରଣ କରିଥିଲେ। ହେଲେ ଏହାପରେ ବି ସେମାନେ ପୁଣିଥରେ ସୁନା ଗହଣା ଦାବି କରିଥିଲେ। ଶେଷରେ ତାଙ୍କ ସ୍ୱାମୀ ଦାନ୍ତୁରୀ ବୋଲି କହି ତାଙ୍କୁ ତିନି ତଲାକ ଦେଇଛନ୍ତି ବୋଲି ସେ କହିଛନ୍ତି। ଏମିତିକି ତାଙ୍କ ଶାଶୂ ଘର ଲୋକେ ଗୋଟିଏ କଠୋରୀରେ ୧୦ରୁ ୧୫ ଦିନ ବନ୍ଦ କରି ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଲା ସେତେବେଳେ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ ବୋଲି ରୁକସାନା କହିଛନ୍ତି।
Hyderabad: A woman, Rukhsana Begum, given triple talaq by husband Mustafa, allegedly for having misaligned teeth; says, "He abused me for months. One day, he uttered 'talaq' thrice & left. When I called him, he said there was no relation between us. I want justice". #Telangana pic.twitter.com/dpizPXO8hM
— ANI (@ANI) November 1, 2019
ମୁସ୍ତଫା ତାଙ୍କୁ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସେ ଅକ୍ଚୋବର ୧ରେ ତାଙ୍କ ବାପ ଘରକୁ ସେ ଆସିଥିଲେ। ହେଲେ ସେ ମୋ ପରିବାର ଲୋକଙ୍କ ଆଗରେ ଗାଳିଗୁଲଜ କରିବା ସହିତ ତିନି ତଲାକ ଦେଇଥିଲେ। ଏହାପରେ ଅକ୍ଟୋବର ୧୨ରେ ମୁସ୍ତଫାଙ୍କୁ ଯୋଗାଯୋଗ କରିଥିଲେ ଜବାବରେ ସେ ପୁଣିଥରେ ତିନି ତଲାକ ତିନି ଥର ଉଚ୍ଚାରଣ କରିଥିଲେ ବୋଲି ରୁକସାନା କହିଛନ୍ତି। ଏହାପରେ ନ୍ୟାୟ ପାଇଁ ସେ ଅକ୍ଚୋବର ୨୬ରେ ଥାନାରେ ଏତଲା ଦେଇଥିଲେ ବୋଲି ସେ କହିଛନ୍ତି।
ତେବେ ମୁସ୍ତଫା କିମ୍ୱା ତାଙ୍କ ପରିବାର ଲୋକେ ରୁକସାନା ଆଣିଥିବା ଅଭିଯୋଗର ଜବାବ ଏଯାଏ ରଖି ନାହାନ୍ତି।
from Odisha Reporter https://ift.tt/34ozzcL
No comments:
Post a Comment