ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସଇଁ ଗାଁର ଜଣେ ଯୁବକଙ୍କ ମୃତଦେହ ଧରି ସିକନ୍ଦରାବାଦରୁ ଗତକାଲି ପହଞ୍ଚିଥିବା ଏକ ଆମ୍ୱୁଲାନ୍ସକୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ମୃତକଙ୍କ ପରିବାରକୁ ସେମାନେ ଅଧିକ କ୍ଷତିପୂରଣ ଦାବି କରିଛନ୍ତି । ଆମ୍ବୁଲାନ୍ସରେ ଆସିଥିବା ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭର ଓ ଜଣେ ମହିଳା ଗ୍ରାମବାସୀଙ୍କ କବଳରେ ଅଛନ୍ତି। ଖବର ପାଇ ଖଇରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ଶ୍ରୀଧର ସିକନ୍ଦରାବାଦରେ ଥିବା ଏକ ରଙ୍ଗ ଫ୍ୟାକ୍ଟ୍ରିରେ ଶ୍ରୀଧର ମହାନ୍ତି ନାମକ ଯୁବକ କାମ କରୁଥିଲେ। ଗତ ୨୯ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ କମ୍ପାନୀ କର୍ମଚାରୀ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କମ୍ପାନୀ ପକ୍ଷରୁ ତାଙ୍କ ମୃତଦେହକୁ ଏକ ଆମ୍ୱୁଲାନ୍ସରେ ତାଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲାନ୍ସରେ ସଞ୍ଜୁ ନାମ୍ନୀ ଜଣେ ମହିଳା ଓ ରମେଶ ପରିଡ଼ା ନାମକ ଜଣେ ଯୁବକ ଆସିଥିବା ବେଳେ କମ୍ପାନୀ ପକ୍ଷରୁ ସେମାନଙ୍କ ହାତରେ ୧ ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଥିବା ଜଣାଯାଇଛି। ଆମ୍ୱୁଲାନ୍ସଟି ଗତ ରାତିରେ ସଇଁ ଗାଁରେ ଆସି ପହଞ୍ଚିବା ପରେ ଗାଁ ଲୋକେ ଅଧିକ ଟଙ୍କା ଦାବି କରିବା ସହିତ ଆମ୍ୱୁଲାନ୍ସକୁ ଅଟକ ରଖିଛନ୍ତି।
from Odisha Reporter https://ift.tt/2q8vqek
No comments:
Post a Comment