ଐଶ୍ୱର୍ଯ୍ୟାଙ୍କୁ ଏମିତି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅଭିଷେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଐଶ୍ୱର୍ଯ୍ୟାଙ୍କୁ ଏମିତି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଆଜି ହେଉଛି ଜନ୍ମଦିନ। ଆଜି ସେ ୪୬ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ତାଙ୍କ ସ୍ୱାମୀ ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଉ ସେ ସମସ୍ତଙ୍କଠାରୁ ନିଆରା ଅନ୍ଦାଜରେ ଐଶ୍ୱର୍ଯ୍ୟାକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ଅଭିଷେକ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଐଶ୍ୱର୍ଯ୍ୟାଙ୍କର ଏକ ଫଟୋ ଶେଆର୍ କରିଛନ୍ତି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ହାପି ବର୍ଥଡେ ପ୍ରିଞ୍ଚିପେସା’। ଏବେ ଆପଣ କହିବେ ଏ ‘ପ୍ରିଞ୍ଚିପେସା’ କ’ଣ? ଅବଶ୍ୟ ଅନେକ ଜାଣିଥିବେ ଯେ ଏହା ହେଉଛି ଏକ ଇଟାଲିଆନ୍ ଶବ୍ଦ। ପ୍ରିନ୍‌ସେସ୍‌କୁ ଇଟାଲିଆନ୍ ଭାଷାରେ ‘ପ୍ରିଞ୍ଚିପେସା’ କୁହାଯାଏ।

ସୂଚନାଯୋଗ୍ୟ, ଐଶ୍ୱର୍ଯ୍ୟା ଏବେ ରୋମ୍‌ରେ ଅଛନ୍ତି। ତାଙ୍କ ସହିତ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ମଧ୍ୟ ସେଠାକୁ ଯାଇଛନ୍ତି।

ଆରାଧ୍ୟଙ୍କ ଜନ୍ମ ବେଳେ ଐଶ୍ୱର୍ଯ୍ୟା ୨୦୧୧ରେ ଫିଲ୍ମରୁ ବ୍ରେକ୍ ନେଇଥିଲେ। ୨୦୧୫ରେ ସେ ‘ଜଜ୍‌ବା’ ଜରିଆରେ କମ୍ ବ୍ୟାକ୍ କରିଥିଲେ। ୨୦୧୬ରେ ତାଙ୍କ ଅଭିନୀତ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍‌’ ଆସିଥିଲା। ଗତବର୍ଷ ରିଲିଜ୍ ହୋଇଥିବା ‘ଫନ୍ନେ ଖାଁ’ରେ ବି ଐଶ୍ୱର୍ଯ୍ୟା ଥିଲେ। ଆଗକୁ ତାଙ୍କ ଫିଲ୍ମ ‘ଗୁଲାବ ଜାମୁନ୍’ ଆସିବ। ଏଥିରେ ତାଙ୍କ ସହିତ ଅଭିଷେକ ବଚ୍ଚନ ମଧ୍ୟ ଅଛନ୍ତି।



from Odisha Reporter https://ift.tt/2JE1U7b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages