ଧରା ପଡ଼ିଲା ‘ମୟୂର ମାଛ’, ମୂଲ୍ୟ ୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଧରା ପଡ଼ିଲା ‘ମୟୂର ମାଛ’, ମୂଲ୍ୟ ୨ ଲକ୍ଷ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଆଜି ସମୁଦ୍ରରୁ  ଏକ  ବିରଳ ପ୍ରଜାତିର ମାଛ ଧରିଛନ୍ତି । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି ।  ଏହି ମାଛକୁ ‘ମୟୂର ମାଛ’  ବୋଲି କୁହାଯାଉଛି।

ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ  ମଦନ ଦେବନାଥ ନାମକ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ଏପରି ମାଛ ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ କହିଛନ୍ତି।

ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ  ୨୦ କେଜି  ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା  ହେବ ବୋଲି ମୂଲଚାଲ ହୋଇଛି।  ଦୀଘାରେ ଏହି ମାଛ ବିକ୍ରି  କରାଯିବା ନିମନ୍ତେ  କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି। ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଏହି ମାଛ ଦେଖିବାକୁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଜମିଥିଲା।



from Odisha Reporter https://ift.tt/2qXIaos

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages