ନୂଆଦିଲ୍ଲୀ: ପାର୍ବଣ ସମୟରେ ବିଭିନ୍ନ ଅତ୍ୟାବଶକ ସାମଗ୍ରୀଦର ଦରଦାମ ବଢ଼ିଛି। ଏହି ସମୟରେ ପେଟ୍ରୋଲ ଓ ଡିଜେଲ ଦର ଖାଉଟିଙ୍କୁ ଆଶ୍ୱସ୍ତି ଦେଇଛି। ପେଟ୍ରୋଲ ଦର ଲଗାତର ୫ମ ଦିନ ସ୍ଥିର ରହିଥିବାବେଳେ ଡିଜେଲ ଦର ଲଗାତର ତିନି ଦିନ କମିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଥିବାବେଳେ ଡିଜେଲ ଦର ୭ ପଇସା ଲିଟର ପିଛା କମିଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୩ ପଇସା କମିଥିବାବେଳେ ଡିଜେଲ ଦର ୨୦ ପଇସା କମିଛି।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୨ ଟଙ୍କା ୧୩ ପଇସା ରହିଥିବାବେଳେ ଡିଜେଲ ଦର ୭୦ ଟଙ୍କା ୮୪ ପଇସା ରହିଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୩ଟଙ୍କା ୨୭ ପଇସା ରହିଥିବାବେଳେ ଡିଜେଲ ଦର ୬୬.୧୭ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦର ୭୫.୯୨ ପଇସା ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ ଦର ୬୮.୬୦ ପଇସା ରହିଛି। ମୁମ୍ୱାଇରେ ପେଟ୍ରୋଲ ୭୮.୮୮ ପଇସା ଡିଜେଲ ୬୯.୪୩ ପଇସା, ଚେନ୍ନାଇରେ ପେଟ୍ରୋଲ ୭୬.୦୯ ପଇସା ରହିଥିବାବେଳେ ଡିଜେଲ ୬୯.୯୭ ପଇସା ରହିଛି।
from Odisha Reporter https://ift.tt/2VYsBrW
No comments:
Post a Comment