ଅନୁଙ୍କ ଆଚରଣ ଦେଖି ଦୌଡ଼ି ପଳାଇଥିଲେ ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଅନୁଙ୍କ ଆଚରଣ ଦେଖି ଦୌଡ଼ି ପଳାଇଥିଲେ ନେହା

ମୁମ୍ବାଇ: ‘ଇଣ୍ଡିଆନ୍ ଆଇଡଲ୍‌’ର ଗତ ସିଜିନ୍‌ ବେଳେ ‘ମି ଟୁ’ ବିବାଦରେ ଫସି ଯାଇଥିଲେ ଅନ୍ୟତମ ଜଜ୍‌ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ। ଏଥିପାଇଁ ତାଙ୍କୁ ଶୋ’ ବି ଛାଡ଼ିବାକୁ ପଡ଼ିଥିଲା। ତେବେ ୟା ଭିତରେ ସେ ‘ଇଣ୍ଡିଆନ୍ ଆଇଡଲ୍‌’ର ଚଳିତ ସିଜିନ୍‌ରେ ପୁଣି ଥରେ ଜଜ୍ ଭାବେ ସାମିଲ ହୋଇଛନ୍ତି। ହେଲେ ଗାୟିକା ସୋନା ମହାପାତ୍ର ତାଙ୍କ ପଛରେ ପଡ଼ିଯାଇଛନ୍ତି। ‘ଇଣ୍ଡିଆନ୍ ଆଇଡଲ୍‌’ ଅନୁଙ୍କୁ ପୁଣି ଥରେ ଜଜ୍ ଭାବେ ନେବା କଥାକୁ ସେ ଗ୍ରହଣ କରି ପାରୁ ନାହାନ୍ତି। କାରଣ ଗାୟିକା ଶ୍ୱେତା ପଣ୍ଡିତ ଓ ଅନ୍ୟ କିଛି ମହିଳାଙ୍କ ସହ ସୋନା ବି ଅନୁଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଆଉ ସେ ଏବେବି ଅନୁଙ୍କୁ ନେଇ ସୋଶାଲ୍ ମିଡିଆରେ କିଛି ନା କିଛି ଟିପ୍ପଣୀ ଦେଉଛନ୍ତି।

ତିନି ଦିନ ତଳେ ସୋନା ଏକ ଟ୍ୱିଟ୍ କରି ଲେଖିଥିଲେ ଯେ ଭାରତକୁ ଜାଗି ଉଠିବାକୁ ‘ନିର୍ଭୟା’ ଭଳି ଏକ ଦୁଃଖଦ ଘଟଣା ଘଟିବା ଦରକାର କି? ବର୍ଷେ ପରେ ପୁଣି ଜଣେ ଯୌନ ପିପାସୁ ସେହି ସମାନ ଆସନକୁ ଫେରିଛି।

ଏ କଥା ସେ ଅନୁ ମଲିକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ସୋନା ଏଥିରେ ଆହୁରି ଲେଖିଛନ୍ତି ଯେ ଏହା ଘଟିବାର (ଅନୁଙ୍କ ବିରୋଧରେ ଅଭିଯୋଗ ଆଣିବା ଘଟଣା) କିଛି ଦିନ ପରେ ତାଙ୍କୁ ଜଜ୍‌ ସିଟ୍ ଛାଡ଼ିବାକୁ କୁହାଯାଇଥିଲା। ଶୋ’ର ଅନ୍ୟ ଜଣେ ଜଜ୍‌ ତାଙ୍କୁ କହିଥିଲେ ଯେ ଏପରି କରି ସେ ଅନୁଙ୍କ ଶୋ’କୁ ପବ୍ଲିସିଟି ଦେଇଥିଲେ ଓ ତା’ର ଟିଆର୍‌ପି ବଢ଼ିଯାଇଥିଲା।

ନେହା ଭାସିନ

ଅନୁଙ୍କ ଉଦ୍ଦେଶ୍ୟରେ ସୋନା ମହାପାତ୍ର ବ୍ୟବହାର କରିଥିବା ଯୌନ ପିପାସୁ ଶବ୍ଦଟିକୁ ସମର୍ଥନ କରିଛନ୍ତି ଗାୟିକା ନେହା ଭାସିନ। ସେ ଟ୍ୱିଟ୍ କରି କହିଛନ୍ତି,“ଥରେ ମୁଁ ଅନୁଙ୍କୁ ଦେଖି ଦୌଡ଼ି ପଳାଇଥିଲି। କାରଣ ସେ ଭାରି ଅଜବ ଆଚରଣ କରିଥିଲେ। ସେତେବେଳେ ମୋତେ ୨୧ ବର୍ଷ ହୋଇଥିଲା। ଏକ ଷ୍ଟୁଡିଓରେ ଅନୁ ମୋ ସମ୍ମୁଖରେ ଏକ ସୋଫାରେ ଶୋଇଥିଲେ ଓ ମୋ ଆଖିକୁ ନେଇ କିଛି କହୁଥିଲେ। ତାଙ୍କ ଆଚରଣ ମୋତେ ଅଜବ ଲାଗିଲା। ମୁଁ ନିଜକୁ କୌଣସି ଅପ୍ରୀତିକର ପରିସ୍ଥିତିରେ ପକାଇବାକୁ ଚାହୁଁ ନଥିଲି। ତେଣୁ ସେଠାରୁ ଦୌଡ଼ି ପଳାଇ ଆସିଥିଲି।”

ନେହା ଆହୁରି ଲେଖିଛନ୍ତି ଯେ ଉକ୍ତ ଘଟଣା ପରେ ଅନୁ ମଲିକ ତାଙ୍କ ପାଖକୁ ଫୋନ୍ କରିଥିଲେ ଓ ମେସେଜ୍ ମଧ୍ୟ ପଠାଇଥିଲେ। ହେଲେ ସେ ଆଉ ପ୍ରତିକ୍ରିୟା ଦେଇ ନଥିଲେ। ନେହାଙ୍କ କହିବା ଅନୁଯାୟୀ ସେ ଅନୁଙ୍କୁ ଏକ ସିଡି ଦେବାକୁ ଓ ଏକ ଗୀତ ଗାଇବାର ସୁଯୋଗ ପାଇବା ଆଶା ସେଠାକୁ ଯାଇଥିଲେ। ଅନୁ ତାଙ୍କଠାରୁ ବୟସରେ ବଡ଼। ସେ ଏମିତି ବ୍ୟବହାର କରିବା ଠିକ୍ ନଥିଲା। ଏହା ତାଙ୍କର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି।

ସୂଚନାଯୋଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯୋଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ। ଅବଶ୍ୟ କିଛି ବର୍ଷ ପରେ ଏ ମାମଲାର ଆପୋଷ ସମାଧାନ ହୋଇଯାଇଥିଲା।



from Odisha Reporter https://ift.tt/2JFNhA9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages