ନିର୍ଜୀବ କାଠକୁ ଜୀବନ୍ତ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

ନିର୍ଜୀବ କାଠକୁ ଜୀବନ୍ତ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର

ଝାରସୁଗୁଡ଼ା (ଭାଗୀରଥି ସାହୁ): ସେ ଜଣେ ଚାଷୀ। ହେଲେ ନିଶା ତାଙ୍କର ନିଆରା। ନିର୍ଜୀବ କାଠକୁ ଜୀବନ୍ତ ରୂପ ଦେବାରେ ସେ ପାରଙ୍ଗମ। ନିଜର ଯାଦୁକାରୀ ହାତରେ ସେ କାଠରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ସହିତ ବହୁ ଦେବଦେବୀଙ୍କ ପ୍ରତିମା ତିଆରି କରନ୍ତି। ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ପ୍ରଧାନଡ଼େରା ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ।

୬୬ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ଜଣେ ସରଳ ସ୍ୱଭାବର ବ୍ୟକ୍ତି। ଦୁଇ ପୁଅ ଓ ଦୁଇ ବୋହୂଙ୍କୁ ନେଇ ତାଙ୍କର ପରିବାର। ତିନି ଝିଅ ବାହା ହୋଇ ନିଜର ସଂସାର କରିସାରିଛନ୍ତି। ବେଶୀ ଚାଷ ଜମି ନଥିଲେ ମଧ୍ୟ ଯେତିକି ଅଛି ସେଥିରେ ଦୁଇ ପୁଅ ମିଶି ଚାଷ କରନ୍ତି। ପୂର୍ଣ୍ଣ ସେମାନଙ୍କୁ ଚାଷ ସମ୍ପର୍କରେ ପରାମର୍ଶ ଦେବା ସହିତ ନିଜେ ବି ସାହାଯ୍ୟ କରନ୍ତି। ଚାଷ ଓ ଘରର ଅନ୍ୟାନ୍ୟ କାର୍ଯ୍ୟ ବାଦ୍‌ ସେ କାଠର ବିଭିନ୍ନ ଖେଳଣା, ପଶୁପକ୍ଷୀ ଓ ଦେବଦେବୀଙ୍କ ପ୍ରତିମା କରନ୍ତି। ଚାଷ କାମ ସାରି ଯେତେବେଳେ ସମସ୍ତେ ଗାଁରେ ତାସ ଖେଳ ତଥା ଅନ୍ୟାନ୍ୟ କାମ କରନ୍ତି କିମ୍ବା ଟିକେ ବିଶ୍ରାମ ନେବା ପାଇଁ ଯା’ନ୍ତି ସେତେବେଳେ ପୂର୍ଣଚନ୍ଦ୍ର ତାଙ୍କ ଘର ପିଣ୍ଡାରେ ବସି ଏଇ କାମରେ ଲାଗି ପଡ଼ନ୍ତି। ଗମ୍ଭାରୀ ଓ ଶାଳ କାଠରେ ସେ ଏହି ସବୁ ଜିନିଷ ତିଆରି କରନ୍ତି। ତାଙ୍କର ଏ ଅଭ୍ୟାସ ବହୁ ପୁରୁଣା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଏଗୁଡ଼ିକୁ ତିଆରି କରି ବିକ୍ରି କରନ୍ତି ନାହିଁ। ସେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଗୁଡ଼ିକୁ ମାଗଣାରେ ଦିଅନ୍ତି।

ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହନ୍ତି, “ପିଲାଟି ଦିନରୁ ମୁଁ ଏହି କାଠର ଖେଳଣା ତିଆରି କରୁଛି। ହାତୀ, ବାଘ, ହରିଣ ସହିତ ବିଭିନ୍ନ ପଶୁପକ୍ଷୀ ଓ ଦେବାଦେବୀଙ୍କ ପ୍ରତିମା ମଧ୍ୟ ତିଆରି କରୁଛି। ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତିଆରି କରି ସ୍କୁଲଗୁଡ଼ିକୁ ଦେବାକୁ ଚେଷ୍ଟା କରେ। ତେବେ ଏସବୁ ପାଇଁ ମୁଁ ପାରିଶ୍ରମିକ ନିଏ ନାହିଁ। ସରକାର ଯଦି ସହଯୋଗ କରନ୍ତେ, ତା’ହେଲେ ଗାଁରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲା ଯାଇପାରନ୍ତା। ଫଳରେ ବେକାର ବସୁଥିବା ଯୁବକଯୁବତୀମାନେ ଏ କାମ ଶିଖି କିଛି ରୋଜଗାର କରି ପାରନ୍ତେ ଓ ଏ କଳା ବି ବଞ୍ଚି ରହନ୍ତା।”

ଗାଁର ତ୍ରିନାଥ ଭୋଇ କହିଛନ୍ତି, “ମୁଁ ପିଲାଟି ଦିନରୁ ଦେଖି ଆସୁଛି ପୂର୍ଣ୍ଣଚନ୍ଦ୍ର କାଠରେ ବିଭିନ୍ନ ଖେଳଣା ତିଆରି କରନ୍ତି। ତାଙ୍କର ତିଆରି ଖେଳଣା ମଧ୍ୟ ଆମେ ଖେଳୁଥିଲୁ। ସେ କାଠରେ ବହୁ ଜିନିଷ ତିଆରି କରିଛନ୍ତି। ବିଭିନ୍ନ ସ୍କୁଲ୍‌କୁ ମଧ୍ୟ ସେ କାଠ ତିଆରି ଖେଳଣା ଦେଇଛନ୍ତି। ଏଥିସହ ଗାଁ ନିକଟରେ ଥିବା କାଳି ମନ୍ଦିରରେ ସେ ତିଆରି କରିଥିବା ବିଭିନ୍ନ ମୂର୍ତ୍ତି ଲାଗିଛି। ଏବେ ସେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମୂର୍ତ୍ତି ତିଆରି କରୁଛନ୍ତି।”

ପୂର୍ଣ୍ଣଚନ୍ଦ୍ର ନିଜର ନିଆରା କଳାକୁ କେବେ ବୃତ୍ତି କରି ନାହାନ୍ତି। ତେବେ ସରକାର ଯଦି ସହଯୋଗର ହାତ ବଢ଼ାନ୍ତେ, ତା’ହେଲେ ହୁଏତ ଅନେକଙ୍କୁ ଏହାକୁ ବୃତ୍ତି ଭାବେ ଗ୍ରହଣ କରିବାରେ ପୂର୍ଣ୍ଣଚନ୍ଦ୍ର ସହଯୋଗ କରିପାରନ୍ତେ।



from Odisha Reporter https://ift.tt/2Vc8iqI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages