ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର ହେଲା ୩ ଟି ଗୋଡ଼ ଥିବା ବାଲେଶ୍ୱରର ବାଳକ ସୁଦାମ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ପ୍ରାୟ ମାସେ ଧରି ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ସୁଦାମକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।
ବାଲେଶ୍ୱର ଔପଦା ବ୍ଲକ୍ ବଡ଼ପୋଖରୀ ଗାଁର ମଧୁସୁଦନ ବେହେରାଙ୍କ ୧୧ ବର୍ଷର ପୁଅ ସୁଦାମର ତିନିଟି ଗୋଡ଼ ରହିଛି । ଜନ୍ମରୁ ତାର ଏମିତି ଅବସ୍ଥା। ଏଥିଯୋଗୁ ସେ ଚଲାବୁଲା କରିପାରୁ ନ ଥିବା ବେଳେ ଠିକ୍ ଭାବେ ଶୋଇ ମଧ୍ୟ ପାରୁ ନାହିଁ। ଅସହ୍ୟ ଯନ୍ତ୍ରଣାର ସାମ୍ନା କରୁଥିବା ସୁଦାମ ମାନସିକ ଭାବେ ମଧ୍ୟ ଅନଗ୍ରସର।
ବୟସ ବଢ଼ିବା ସାଙ୍ଗକୁ ପୁଅର କଷ୍ଟ ମଧ୍ୟ ବଢ଼ି ବଢ଼ି ଚାଲିଛି। ସୁଦାମଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଦିନ ମଜୁରିଆ କାମ କରି ପରିବାର ପେଟ ପୋଷୁଥିବା ସୁଦାମଙ୍କ ବାପାମା’ଙ୍କ ରୋଜଗାର ସମୁଦ୍ରକୁ ଶଙ୍ଖେ । ତେଣୁ ସେମାନେ ପୁଅର ଚିକିତ୍ସା କରାଇବାକୁ ଅକ୍ଷମ। ସୋଶାଲ ମିଡିଆରେ ଏହି ଖବର ପ୍ରସାରଣ ପରେ କିଛି ସ୍ୱେଚ୍ଛାସେବୀ ସୁଦାମଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଏହାପରେ ପିଲାଟି କିପରି ଉପଯୁକ୍ତ ଚିକିତ୍ସା ପାଇବ, ସେ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍ୟମ ଆରମ୍ଭ କରିଥିଲେ।
from Odisha Reporter https://ift.tt/2VcQA6H
No comments:
Post a Comment