ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଲୁଟ୍‌ର ଶିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଲୁଟ୍‌ର ଶିକାର

ନୂଆଦିଲ୍ଲୀ: ଲୁଟ୍‌ର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ। ଗତକାଲି ସକାଳେ ସେ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ ଓହ୍ଲାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଅଟୋରୁ ଓହ୍ଲାଉ ଓହ୍ଲାଉ ଦୁଇ ଜଣ ବ୍ୟକ୍ତି ଆଖି ପିଛୁଳାକେ ତାଙ୍କଠାରୁ ମୋବାଇଲ୍ ଓ ପର୍ସ ନେଇ ଚମ୍ପଟ ହୋଇଯାଇଥିଲେ। ପର୍ସରେ ୫୦ ହଜାର ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା ବୋଲି ଦମୟନ୍ତୀ କହିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ ଅଞ୍ଚଳର ଗୁଜରାଟୀ ସମାଜ ଭବନ ନିକଟରେ ଏ ଘଟଣା ଘଟିଥିଲା। ଦୁଇ ଲୁଟେରା ସ୍କୁଟରରେ ଆସିଥିଲେ। ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଲୁଟେରାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୁଲିସ୍ କହିଛି।

ଦିଲ୍ଲୀ ଉପ-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନଠାରୁ ମାତ୍ର କିଛି କିଲୋମିଟର ଦୂରରେ ଏ ଘଟଣା ଘଟିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି ଏ ନେଇ ମୋଦି ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଯାଇଛି। ଦିଲ୍ଲୀରେ ଆଇନଶୃଙ୍ଖଳା ଦିନକୁ ଦିନ ଖରାପ ହେବାରେ ଲାଗିଛି ବୋଲି ଦଳର ମୁଖ୍ୟପାତ୍ର ରାଘବ ଚଡ୍‌ଢ଼ା କହିଛନ୍ତି।

ସୂଚନାଯୋଗ୍ୟ, ଦମୟନ୍ତୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦଙ୍କ ଝିଅ।



from Odisha Reporter https://ift.tt/2MbFb4b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages