ୱାଶିଂଟନ୍: ଆମେରିକା ଇତିହାସର ସବୁଠାରୁ କୁଖ୍ୟାତ ସିରିଏଲ କିଲର ଭାବେ ଜଣାଶୁଣା ସାମ୍ୟୁଏଲ ଲିଟିଲ ଗତ ୩୫ ବର୍ଷ ମଧ୍ୟରେ ୯୩ ଜଣ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ବର୍ତ୍ତମାନ ଜେଲରେ ଥିବା ସାମ୍ୟୁଏଲ ନିଜେ ଏକଥାକୁ ସ୍ୱୀକାର କରିଛି। ଏହାପରେ ଏଫ୍ବିଆଇ ତାକୁ ଆମେରିକାର ସବୁଠାରୁ ବଡ଼ ସିରିଏଲ କିଲର ଭାବେ ତାଲିକାରେ ସାମିଲ କରିଛି।
୨୦୧୨ରୁ ସାମ୍ୟୁଏଲ ବିଭିନ୍ନ ଅପରାଧିକ ମାମଲାରେ ଜେଲରେ ରହିଛି। ଜେରା ବେଳେ ସାମ୍ୟୁଏଲ ୧୯୭୦ରୁ ୨୦୦୫ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ୯୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଥିବା କହିଛି। କାର୍ଲିଫର୍ଣ୍ଣିଆ ଜେଲରେ ଥିବା ସାମ୍ୟୁଏଲ ମହିଳାମାନଙ୍କୁ କାହିଁକି ହତ୍ୟା କରିଛି, ସେକଥା କହିନାହିଁ। କିନ୍ତୁ କଳା ରଙ୍ଗର ମହିଳାମାନେ ତା’ ଟାର୍ଗେଟରେ ରହୁଥିଲେ ବୋଲି ସ୍ୱୀକାର କରିଛି।
ପୁଲିସ୍ କିଛି ମହିଳାଙ୍କ ମୃତଦେହକୁ ଠାବ କରିଥିବା ବେଳେ ଏଯାଏ ଅନେକଙ୍କ ପତ୍ତା ପାଇନାହିଁ। ଜେଲରେ ରହିବା ବେଳେ ସାମ୍ୟୁଏଲ ନିଜେ କିଛି ମହିଳାଙ୍କ ଚିତ୍ର ଆଙ୍କି ଥିଲା। ପୁଲିସ୍ ପକ୍ଷରୁ ସେଗୁଡ଼ିକୁ ଜବତ କରାଯାଇଛି। ସାମ୍ୟୁଏଲ ନିଜ ଜେଜେମା’ଙ୍କ ସହ ଲୋରାନିରେ ରହୁଥିଲା। ସମୟକ୍ରମେ ସେ ଟ୍ରଗ୍ସ ଖାଇବା ଆରମ୍ଭ କରିଥିଲା। ଡ୍ରଗ୍ସ ନିଶାରେ ସେ ଏତେ ମାତ୍ରାରେ ବୁଡ଼ି ଯାଇଥିଲା ଯେ ସେଥିରୁ ଆଉ ମୁକୁଳି ପାରି ନଥିଲା।
ସେ ପ୍ରଥମେ ମହିଳାଙ୍କ ସହ କଥାବାର୍ତ୍ତା କରୁଥିଲା। ଏହାପରେ ସେମାନଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କୁ ହତ୍ୟା କରୁଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି। ଏବେ ବି ସାମ୍ୟୁଏଲ ପାଖରେ ଅନେକ ତଥ୍ୟ ରହିଥିବା ପୁଲିସ୍ ଆଶା କରୁଛି।
from Odisha Reporter https://ift.tt/2MlKDQP
No comments:
Post a Comment