ହରିଆଣାରେ ରାଜନୀତିକ ହଲଚଲ, ସରକାର ଗଢ଼ିବା ନେଇ କଂଗ୍ରେସ ଥିଙ୍କ ଟ୍ୟାଙ୍କ ଟିମର ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 24, 2019

ହରିଆଣାରେ ରାଜନୀତିକ ହଲଚଲ, ସରକାର ଗଢ଼ିବା ନେଇ କଂଗ୍ରେସ ଥିଙ୍କ ଟ୍ୟାଙ୍କ ଟିମର ବୈଠକ

  • ଦିଲ୍ଲୀରେ ଆଜି କଂଗ୍ରେସର ଥିଙ୍କ ଟ୍ୟାଙ୍କର ଟିମର ପ୍ରଥମ ବୈଠକ
  • ଭୂପେନ୍ଦ୍ର ସିଂହ ହୁଡ୍ଡା ସୋନିଆ ଗାନ୍ଧିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ହରିଆଣା ଓ ମହାରାଷ୍ଟ୍ର ବିଧାନସହା ନିର୍ବାଚନ ଫଳାଫଳ ବାହାରି ସାରିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ଥୟ। ତେବେ ହରିଆଣାରେ ଝୁଲା ବିଧାନସଭା ହୋଇଥିବାରୁ ସରକାର ଗଠନ କରିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରୟାସ।

ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ବିଭିନ୍ନ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ସ୍ଥିର କରିବା ପାଇଁ ୨୧ ଜଣିଆ ଥିଙ୍କ ଟ୍ୟାଙ୍କ ଟିମ୍ ଗଠନ କରିଥିଲେ। ଆଜି ଏହାର ପ୍ରଥମ ବୈଠକ ରହିଛି। ଏହି ଅବସରରେ ଏହି ୨୧ ଜଣିଆ ଥିଙ୍କ ଟ୍ୟାଙ୍କ ଟିମ୍ ପାଇଁ ହରିଆଣାରେ କ୍ଷମତାକୁ ଫେରିବା ବଡ଼ ଚ୍ୟାଲେଞ୍ଜ ରହିବ। ସକାଳ ୧୦ଟା ୩୦ ସମୟରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ହରିଆଣା ବିଧାନସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଉଥିବା ଭୂପେନ୍ଦ୍ର ସିଂହ ହୁଡ୍ଡା ମଧ୍ୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି। ବିଜେପିକୁ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେଣୁ ଆଉ ୪ଜଣ ବିଧାୟକଙ୍କ ସମର୍ଥନ ପାଇଁ ପ୍ରୟାସ କରୁଛି। ହେଲେ କଂଗ୍ରେସ ସରକାର ଗଢ଼ିବା ପାଇଁ ୧୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଯାହାକି ଯୋଗାଡ଼ କରିବା କଷ୍ଟକର। ଜେଜେପି ମେଣ୍ଟ କରିବା ପାଇଁ ରାଜି ହେଲେ ମୁଖ୍ୟମନ୍ତ୍ରୀ ପଦବୀ ମାଗିବାରୁ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରାଜି ହୋଇଛି।

କଂଗ୍ରେସ ‘କର୍ଣ୍ଣାଟକ ମଡେଲ’ ବ୍ୟବହାର କରିବ ବୋଲି ଗତକାଲି ଜଣାପଡ଼ୁଥିଲା। ହେଲେ ଏବେର ସ୍ଥିତିରେ ଆଉ ‘କର୍ଣ୍ଣାଟକ ମଡେଲ’ ବ୍ୟବହାର କରିବ ନାହିଁ ବୋଲି ସୂଚନା ରହିଛି।

ଅନ୍ୟପଟେ ବିଜେପି ଏଠି ସରକାର ଗଢ଼ିବ ବୋଲି ଜଣାପଡ଼ୁଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଅମିତ ଶାହ ଭୋଟରଙ୍କୁ ଧନ୍ୟବାଦ ଦେବାବେଳେ ସରକାର ଗଢ଼ିବା ନେଇ ଇଙ୍ଗିତ କରିସାରିଛନ୍ତି।

କଂଗ୍ରେସ ଥିଙ୍କ ଟ୍ୟାଙ୍କ ଟିମରେ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କପିଲ ସିବଲ୍, ମଲ୍ଲିକାର୍ଜୁନ ଖାଡ଼ଗେ, ଗୁଲାମ ନବୀ ଆଜାଦ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅହମଦ ପଟେଲ, ଅଧୀର ରଞ୍ଜନ ଚୌଧୁରୀ, ରଣଦୀପ ସୁରଜେଓ୍ୱାଲା ପ୍ରମୁଖ ନେତା ରହିଛନ୍ତି।



from Odisha Reporter https://ift.tt/32Gzj8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages