ବିଏସଏନଏଲର ନୂଆ ପ୍ଲାନ୍, କଥା ହେଲେ ଗ୍ରାହକ ପାଇବେ ପଇସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ବିଏସଏନଏଲର ନୂଆ ପ୍ଲାନ୍, କଥା ହେଲେ ଗ୍ରାହକ ପାଇବେ ପଇସା

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି। ଠିକ୍ ଏହି ସମୟରେ ବିଏସଏନଏଲ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବେକ୍ ମିଳିବ। ଯାହାକି ସ୍ୱୟଂଚାଳିତ ରହିବ ବୋଲି ବିଏସଏନଏଲ ଘୋଷଣା କରିଛି। ଏହି ନିୟମ ପଲ୍ଲୀରୁ ଦିଲ୍ଲୀ ସବୁଠି ଲାଗୁ ହେବ ବୋଲି ବିଏସଏନଏଲ୍ କହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଜିଓ ଆୟୁସି ଚାର୍ଜ ମିନିଟ୍ ପିଛା ୬ ପଇସା ନେବ ବୋଲି ଗତମାସରେ ଘୋଷଣା କରିଥିଲା। ଏହାପରେ ଜିଓ ନୂଆ ରିଚାର୍ଜ ପ୍ଲାନ୍ ବାହାର କରି ଗ୍ରାହକଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କରୁଛି। ଜିଓର ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ କିନ୍ତୁ ଆୟୁସି ନେବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ସୂଚନାଯୋଗ୍ୟ, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ଏହି ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ଚାଲୁଥିଲା। ଯାହାକୁ, କମ୍ପାନୀ ଗୁଜବ ବୋଲି କହିଥିଲା। ଏହାପରେ କେନ୍ଦ୍ର ସରକାର ନିକଟରେ ଏମଟିଏନଏଲକୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଛନ୍ତି।



from Odisha Reporter https://ift.tt/2N3vPrm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages