ଆଜି ପୂରୁଛି କଣ୍ଟ, ଆଭିମୁଖ୍ୟ ସ୍ପଷ୍ଟ କଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଆଜି ପୂରୁଛି କଣ୍ଟ, ଆଭିମୁଖ୍ୟ ସ୍ପଷ୍ଟ କଲା ଶିବସେନା

ନୂଆଦିଲ୍ଲୀ/ମୁମ୍ୱାଇ: ଆଜି ଶେଷ ହେଉଛି ଚଳିତ ବିଧାନସଭାର କାର୍ଯ୍ୟକାଳ। ନିର୍ବାଚନ ଫଳାଫଳ ଘୋଷଣାର ୧୫ ଦିନ ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ କ’ଣ ନିର୍ଯ୍ୟାସ ବାହାରି ପାରିନାହିଁ। ଶିବସେନା ଏବେ ୫୦:୫୦ ଫର୍ମୁଲାର ସରକାର ଓ ପାଳି କରି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଲୋଚନା କରିବାକୁ ଚାହୁଁନାହିଁ। ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଏହା କହିଛନ୍ତି। ଏବେ ଶିବସେନା ତାର ସମସ୍ତ ବିଧାୟକଙ୍କୁ ଏକ ହୋଟେଲରେ ନେଇ ରଖିଛି। ରାଜ୍ୟରେ ବିଜେପିକୁ ସର୍ବାଧିକ ଆସନ ମିଳିଛି। ତେଣୁ ସେ ହିଁ ପ୍ରଥମେ ସରକାର ଗଢ଼ିବା ପାଇଁ ଦାବି କରିବା ଦରକାର ବୋଲି ସଞ୍ଜୟ କହିଛନ୍ତି।

ଅନ୍ୟପଟେ ଗତକାଲି ବିଜେପି ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ଭେଟିଛି। ରାଜ୍ୟରେ ସରକାର ଗଢ଼ିବା ନେଇ ଯେଉଁ ସ୍ଥିତି ଲାଗି ରହିଛି ସେ ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଛି ଦଳ। ଗତକାଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଶିବସେନା ନେତାଙ୍କୁ ଭେଟିଥିଲେ। ଏହାପରେ ସେ କହିଥିଲେ ଫଡ଼ନାଭିସ ହିଁ ଫୁଲ୍ ଟାଇମ ମୁଖ୍ୟମନ୍ତ୍ରୀ ହେବେ।

ସେହିପରି ରାଜ୍ୟର ଆଉ ଦୁଇ ଦଳ ଏନସିପି-କଂଗ୍ରେସ ସରକାର ଗଢ଼ିବା ନେଇ ମତ ରଖିସାରିଛନ୍ତି। ଏନସିପି କହିଛି ମହରାଷ୍ଟ୍ର ତାଙ୍କୁ ବିରୋଧୀ ଆସନରେ ବସିବାକୁ ସୁଯୋଗ ଦେଇଛି। ତେଣୁ ସେ ସରକାରରେ ସାମିଲ୍ ହେବନି। କଂଗ୍ରେସ କିନ୍ତୁ ଶିବସେନା ନେତୃତ୍ୱ ସରକାରରେ ସାମିଲ୍ ହେବ କି ନାହିଁ ସ୍ପଷ୍ଟ କରିନି। କିନ୍ତୁ ସହଯୋଗୀ ଏନସିପିର ନିଷ୍ପତ୍ତି ଅନୁସାରେ କଂଗ୍ରେସ ନିଷ୍ପତ୍ତି ନେଉଥିବା ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।



from Odisha Reporter https://ift.tt/2rhwEEy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages