ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ  ଓ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି।

ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ରହିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ବ୍ୟକ୍ତିଗତ ଭାବେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ଶ୍ରୀଯୁକ୍ତ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଏଥିସହ ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାରଙ୍କ ‘ଉଡାନ୍‌’ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି। ପୂର୍ବରୁ ସ୍ପାଇସ୍‌ଜେଟ୍ ପକ୍ଷରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା  ବିମାନ ଚଳାଚଳ ସଫଳ ହୋଇଥିଲା। ପଶ୍ଚିମ ଓଡ଼ିଶାରେ ବିର ସୁରେନ୍ଦ୍ର ସାଏ ନାମକ ବିମାନବନ୍ଦର ନିର୍ମାଣ ହେବା କାରଣରୁ ଓଡ଼ିଶା ମଧ୍ୟ ଲାଭାନ୍ୱିତ ହୋଇଛି।  ସ୍ପାଇସ୍‌ଜେଟ୍‌ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ କୋଲକତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଦେଲାଣି । ଏହାଦ୍ୱାରା ଦେଶର ଉତ୍ତର ପୂର୍ବ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ ହୋଇଛି। ତେଣୁ ଏଥର ଦେଶର ବାଣିଜ୍ୟିକ ସହର ସହ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ସମୟ ଆସିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ



from Odisha Reporter https://ift.tt/2PVsAo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages