କ୍ରସର ମ୍ୟାନେଜରଙ୍କୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

କ୍ରସର ମ୍ୟାନେଜରଙ୍କୁ ଗୁଳିମାଡ଼

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍‌ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ତାଙ୍କୁ ପୁଲିସ୍‌ ଓ କ୍ରସର କର୍ମଚାରୀମାନେ ସ୍ଥାନୀୟ ଆଶା କିରଣ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁସାରେ, ପୂର୍ବରୁ କ୍ରସର ବନ୍ଦ କରିବାକୁ ମ୍ୟାନେଜର ପ୍ରସାଦ ରାଓଙ୍କୁ ଧମକ ମିଳୁଥିଲା। ହେଲେ ଗତକାଲି ରାତିରେ ପ୍ରସାଦ ରାଓ କ୍ରସର ନିକଟରେ ବସିଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗୋଡକୁ ଗୁଳି କରି ଚାଲି ଯାଇଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣାରେ ନକ୍ସଲଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ଜଣାପଡ଼ିନି।



from Odisha Reporter https://ift.tt/2NpTClN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages